PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ପାର୍ସଲ ବୋମା ବିସ୍ଫୋରଣ ମାମଲା : ପୁଞ୍ଜିଲାଲ ମେହେରଙ୍କ ଜାମିନ୍‌କୁ ସ୍ୱୀକୃତି ଦେଲେ ହାଇକୋର୍ଟ

source:odishasuntimes.com

କଟକ,୦୫/୦୭: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ନିମ୍ନ ଅଦାଲତ ଜାମିନ୍‌ ପ୍ରଦାନ କରିଥିଲାବେଳେ ଏହାକୁ ହାଇକୋର୍ଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଏହି ନିର୍ଦ୍ଦେଶ ଦେବା ସହ ଜାମିନ୍‌ ମାମଲାର ଅନ୍ତ ଘଟାଇଛନ୍ତି ।

ପୁଞ୍ଜିଲାଲ ମେହେରଙ୍କ ଜାମିନ୍‌ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବାବେଳେ ପାଟଣାଗଡ଼ ଅତିରିକ୍ତ ସେସନ୍ସ ଜଜ୍‌ ଗତ ମେ’ ୪ ତାରିଖରେ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ଏହା ଜଣାପଡ଼ିବା ପରେ ହାଇକୋର୍ଟ ନିମ୍ନ ଅଦାଲତଙ୍କଠାରୁ ରିପୋର୍ଟ ତଲବ କରିଥିଲେ । ପାଟଣାଗଡ଼ ଅତିରିକ୍ତ ସେସନ୍ସ ଜଜ୍‌ଙ୍କ ପକ୍ଷରୁ ଦାଖଲ ରିପୋର୍ଟରେ କୁହାଯାଇଥିଲା ଯେ, ପାଟଣାଗଡ଼ ଏସ୍‌ଡିଜେଏମ୍‌ଙ୍କ ଅଦାଲତ ତାଙ୍କୁ ଜାମିନ୍‌ କରିଛନ୍ତି ।

ହାଇକୋର୍ଟରେ ଏହି ଜାମିନ୍‌ ମାମଲାର ଶୁଣାଣି ଚାଲିଥିବା ପ୍ରସଙ୍ଗରେ ନିମ୍ନ ଅଦାଲତ ଅବଗତ ନଥିଲେ । ଦ୍ୱିତୀୟତଃ ଯେଉଁ ଦଫାରେ ଅଭିଯୁକ୍ତ ପୁଞ୍ଜିଲାଲ୍‌ ଜାମିନ୍‌ ଆବେଦନ କରିଛନ୍ତି ଉକ୍ତ ଦଫାରେ ସେ ଦୋଷୀ ସାବ୍ୟସ୍ତ ହେଲେ ଯେତିକି ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକଥା ତା’ର ଅଧାରୁ ଅଧିକ ସମୟ ଜେଲ୍‌ଦଣ୍ଡ ଭୋଗି ସାରିଲେଣି। ତେଣୁ ଏହି ଆଧାରରେ ନିମ୍ନ ଅଦାଲତ ଅଭିଯୁକ୍ତକୁ ଜାମିନ୍‌ରେ ଛାଡିଛନ୍ତି ବୋଲି କୁହାଯାଇଥିଲା । ଏହି ଜବାବ ପରେ ହାଇକୋର୍ଟ ଏହି ଜାମିନ୍‌କୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।

ମାମଲାରୁ ଜଣାଯାଇଛି ଯେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ଜ୍ୟୋତି ବିକାଶ ଜୁନିଅର କଲେଜ୍‌ରେ ପୁଞ୍ଜିଲାଲ୍‌ ମେହେର ଅଧ୍ୟାପକ ଭାବେ କାମ କରୁଥିଲେ । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ସେ ସେହି କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ । ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା । ବିବାହ ଭୋଜିରେ ପୁଞ୍ଜିଲାଲ୍‌ ପାର୍ସଲ୍‌ ଉପହାର ଭାବେ ବୋମା ପଠାଇଥିଲେ । ୨୩ ତାରିଖ ଦିନ ଏହି ଗିଫ୍ଟ ପାର୍ସଲ୍‌ ଖୋଲିବାବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ନବବିବାହିତା ପତ୍ନୀ ରୀମା ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣା ଜାତୀୟସ୍ତରରେ ଆଲୋଡନ ସୃଷ୍ଟି କରିଥିଲା । ବହୁ ଘଣ୍ଟାଚକଟା ପରେ କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା ।