PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ପୁରୀ ଲୋକସଭା ଆସନରେ ସମ୍ବିତ ପାତ୍ର, ସୁନ୍ଦରଗଡ଼ରେ ଏବେ ଜୁଏଲ ଓରାମ ଆଗୁଆ

ଭୁବନେଶ୍ୱର ୨୩।୫: ଆଜି ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଚାଲିଛି। ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିଜେଡି ଆଗରେ ରହିଛି। ତେବେ ଲୋକସଭା ଆସନରେ ପ୍ରାର୍ଥୀଙ୍କ ମଧ୍ୟରେ ଆଗପଛ ଚାଲିଛି। କେତେବେଳେ କିଏ ଆଗଉଛି, ତ କେତେବେଳେ ପଛଉଛି।

ଆସିକା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଆଗୁଆ ଅଛନ୍ତି। ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଗୁଆ ରହିଛନ୍ତି। ବଲାଙ୍ଗିର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓ ଆଗୁଆ ଅଛନ୍ତି। କଟକ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଆଗୁଆ ଅଛନ୍ତି। ଜଗତସିଂହପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଆଗୁଆ ଅଛନ୍ତି। ଯାଜପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଆଗୁଆ ଅଛନ୍ତି।

କଳାହାଣ୍ଡି ଲୋକସଭା ଆସନରେ ବସନ୍ତ ପଣ୍ଡା ଆଗୁଆ ଅଛନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଗୁଆ ଅଛନ୍ତି। କୋରାପୁଟ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକ୍ ଆଗୁଆ ଅଛନ୍ତି। ଭଦ୍ରକ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଆଗୁଆ ରହିଛନ୍ତି। ବ୍ରହ୍ମପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ଆଗୁଆ ଅଛନ୍ତି। କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଆଗୁଆ ଅଛନ୍ତି।

ସେହିପରି ସମ୍ବଲପୁର ଲୋକସଭା ଆସନରେ ଏବେ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଆଗୁଆ ଅଛନ୍ତି। ଏଠାରେ କେତେବେଳେ ବିଜେପି ପ୍ରାର୍ଥୀ ନିତୀନ ଶେଖର ଗଙ୍ଗଦେବ ଆଗୁଆ ରହୁଛନ୍ତି ତ କେତେବେଳେ ନଳିନୀକାନ୍ତ।

ବରଗଡ଼ ଲୋକସଭା ଆସନରେ ମଧ୍ୟ ଆଗପଛ ଲାଗି ରହିଛି। ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ କେତେବେଳେ ପଛୁଆ ରହୁଥିବା ବେଳେ ଆଉ କେତେବେଳେ ବିଜେପି ପ୍ରାର୍ଥୀ ସୁରେଜ ପୂଜାରୀ ଆଗୁଆ ରହୁଛନ୍ତି।ଆହୁରି ପଢ଼ନ୍ତୁ

ବାଲେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ କିଛି ସମୟ ଆଗୁଆ ରହୁ ଥିବା ବେଳେ କିଛି ସମୟ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ଆଗୁଆ ରହୁଛନ୍ତି।

ଢେଙ୍କାନାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରୁଦ୍ର ପାଣିକୁ ପଛରେ ପକାଇ ଏବେ ବିଜେଡି ପ୍ରାର୍ଥୀ ମହେଶ ସାହୁ ଆଗୁଆ ଅଛନ୍ତି। ତେବେ ପ୍ରାରମ୍ଭରୁ ରୁଦ୍ର ଆଗରେ ରହିଥିଲେ।

ପୁରୀ ଲୋକସଭା ଆସରେ ବିଜେଡି ପ୍ରାର୍ଥୀ ପୀନାକି ମିଶ୍ର ପ୍ରାରମ୍ଭରୁ ଆଗୁଆ ଥିଲେ। ଏବେ ବିଜେପି ପ୍ରାର୍ଥୀ ସମ୍ୱିତ ପାତ୍ର ଆଗୁଆ ଅଛନ୍ତି। ଦୁହିଁଙ୍କ ଭିତରେ କଡ଼ା ଟକ୍କର ହେଉଛି।

ସୁନ୍ଦରଗଡ଼ ଲୋକସଭା ଆସନରେ ଜୁଏଲ ଓରାମ ଏବେ ଆଗୁଆ ଅଛନ୍ତି। କିଛି ସମୟ ପାଇଁ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ଆଗୁଆ ଥିଲେ।

ସମ୍ବନ୍ଧିତ ଖବର