PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଏମାର ମଠ ନିକଟରେ ଯୁବ ସେବାୟତଙ୍କୁ ହତ୍ୟା ଘଟଣା, ପାରିବାରିକ ବିବାଦକୁ ନେଇ ହୋଇଥିଲା ଗୁଳିକାଣ୍ଡ : ଏସ୍‌ପି କନୱର ବିଶାଳ ସିଂ

ପୁରୀ, ୨୫/୦୫ : ପୁରୀ ଏମାର ମଠ ନିକଟରେ ଯୁବ ସେବାୟତଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ୩ ଗିରଫ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସ୍‌ପି କନୱର ବିଶାଲ ସିଂ। ସେ କହିଛନ୍ତି ଯେ, ପାରିବାରିକ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଅଭିଯୁକ୍ତ ଚନ୍ଦନ ବନ୍ଧୁକ କେଉଁଠୁ ଆଣିଥିଲା ତାର ତଦନ୍ତ ଚାଲିଛି। ଏନେଇ ୫ଜଣିଆ ଟିମ୍ ଗଠନ ହୋଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ସାଢ଼େ ୮ଟା । ଗୁଡୁ ବାଇକ (ଓଡି-୧୩ଏଲ୍‌-୯୭୨୪) ଯୋଗେ ସିଂହଦ୍ୱାର ଆଡ଼କୁ ଆସୁଥିଲେ । ହଠାତ୍‌ ଏକ ଫୋନ୍‌ କଲ୍‌ ପାଇ ମେଘନାଦ ପାଚେରି ପାଶ୍ୱର୍ ଏମାର ମଠ ଚକଡ଼ାରେ ସେ ଅଟକି ଯାଇଥିଲେ । ଏତିକି ବେଳେ ସେଠାରେ ଚନ୍ଦନ ପହଞ୍ଚିଥିଲା । ଚନ୍ଦନକୁ ଜଣେ କେହି ସେଠାରେ ଛାଡ଼ି ପଳାଇଥିଲା । ଗୁଡୁ ବାଇକ ଉପରେ ବସିଥିବା ଅବସ୍ଥାରେ କିଛି ସମୟ କଥା ହୋଇଥିଲା ଚନ୍ଦନ । ପରେ ଜିରୋ ରେଞ୍ଜ୍‌ରୁ ଚନ୍ଦନ ଗୁଳି କରିଥିଲା । ୩ ରାଉଣ୍ଡ୍‌ ଗୁଳି ଗୁଡୁଙ୍କ ମୁଣ୍ଡ ଭେଦ କରିଥିବା କୁହାଯାଉଛି । ସମସ୍ତ ଗୁଳି ମୁଣ୍ଡରେ ବାଜିଛି ।

ଘଟଣା ସ୍ଥଳରେ କିଛି ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ । ସେମାନଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଗୁଡୁଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏସ୍‌ପି ଶ୍ରୀ ସିଂହ, ଅତିରିକ୍ତ ଏସ୍‌ପି ମିହିର୍‌ ପଣ୍ଡା ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢୀ, ସିଂହଦ୍ୱାର ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ଟାଉନ୍‌ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ, ଶ୍ରୀମନ୍ଦିର ସୁବେଦାର ଯୋଗେଶ ସ୍ୱାଇଁଙ୍କ ସହ ଅନ୍ୟ ଅଧିକାରୀମାନେ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଚନ୍ଦନକୁ ପୁଲିସ ଅଟକ ରଖି ପଚରାଉଚରା କରିବା ସହ ତାଠାରୁ ବନ୍ଧୁକ ଓ ଗୁଳି ଜବତ କରିଛି । ଏନେଇ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି ।