ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ

ପୁରୀ, ୨୮।୩ :ପୁରୀ ରେଳଷ୍ଟେସନରେ ପୁଣିଥରେ ଅଘଟଣ। ୧୫୪୨୪୨ ନଂ ପୁରୀ – ଗୁଣୁପୁର ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଛି। ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ମାଳତୀପାଟପୁରରୁ ପୁରୀ ଆସିବା ବେଳେ ଏହି ଅଘଟଣ ଘଟିଛି। । ସଟିଂ କରୁଥିବାବେଳେ ଦୁଇଟି କୋଚ ଲାଇନଚ୍ୟୁତ ହୋଇଥିଲା।ପୁରୀ – ଗୁଣୁପୁର ପାସେଞ୍ଜର ଟ୍ରେନ ସଟିଂ କରୁଥିବା ଯୋଗୁଁ କୌଣସି ଯାତ୍ରୀ ନଥିଲେ। ଖବର ପାଇ ତୁରନ୍ତ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ମେକାନିକାଲ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଗତବର୍ଷ ଅକ୍ଟୋବର ୨୨ ତାରିଖରେ ମାଳତୀପାଟପୁର ଷ୍ଟେସନ ନିକଟର ପୁରୀ-ହାୱଡା ଏକ୍ସପ୍ରେସର ୩ଟି ଖାଲି ବଗି ଲାଇନଚ୍ୟୁତ ହୋଇଥିଲା। ଆଜି ପୁରୀ – ଗୁଣୁପୁର ପାସେଞ୍ଜର ଲାଇନଚ୍ୟୁତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଲାଗିଥିଲା। ଖୋର୍ଦ୍ଧା ରୋଡ ଡିଭିଜନରୁ କ୍ରେନ୍ ସହ ମେକାନିକାଲ୍ ଟିମ୍ ଓ ଟେକ୍ନିକାଲ୍ ଟିମ୍ ଦ୍ୱାରା ବଗିକୁ ଟ୍ରାକକୁ ଅଣାଯିବାକୁ ଉଦ୍ୟମ ଜାରି ରଖିଛନ୍ତି l