PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ବଦଳିବ ଶ୍ରୀମନ୍ଦିର ଗୁରୁକୁଳ କୋଠା ଡିଜାଇନ୍, ଉତ୍କଳୀୟ ନିର୍ମାଣ ଛାପ ରହିବ

ପୁରୀ,୧୯/୧୧: ଶ୍ରୀମନ୍ଦିର ଗୁରୁକୁଳ ସ୍କୁଲର ଡିଜାଇନ ସମ୍ପୂର୍ଣ୍ଣ ବଦଳିବ । ଗୋଟିଏ ତାଲା ବିଶିଷ୍ଟ ସ୍କୁଲ କୋଠା ନିର୍ମାଣ କରାଯିବ । ପ୍ରଶାସନିକ କୋଠାର ଡିଜାଇନରେ ଉତ୍କଳୀୟ ମନ୍ଦିର ତଥା ଗୁରୁକୁଳ ଶୈଳୀର ଛାପ ରହିବ । ଏନେଇ ନିକଟରେ ଅନୁଷ୍ଠିତ ଗୁରୁକୁଳ ପରିଚାଳନା କମିଟି ବୈଠକରେ ଗୁରୁକୁଳ କମିଟିର ଅଧ୍ୟକ୍ଷ ତଥା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏନେଇ ମାର୍ଗଦର୍ଶିକା ଜାରି କରିଛନ୍ତି । ସେବାୟତ ବିଦ୍ୟାର୍ଥୀଙ୍କୁ ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ସଂସ୍କୃତି, ଉତ୍କଳୀୟ ସ୍ଥପତି ସମ୍ପର୍କରେ ଅବଗତ କରାଇବାକୁ ଏଭଳି ପଦକ୍ଷେପ ଜରୁରି ଥିବା ନେଇ ଗଜପତି ମହାରଜା ମତ ଦେଇଛନ୍ତି । ଏହି ପୃଷ୍ଠଭୂମିରେ ଗତ ୧୬ ତାରିଖରେ ଅନୁଷ୍ଠିତ ବୈଠକରେ ଉପସ୍ଥାପନ ହୋଇଥିବା ଡିଜାଇନ, ନକ୍ସାକୁ ନେଇ ତନାଘନା ଆଲୋଚନା ହେବା ପରେ ଗଜପତି ମହାରାଜା ମୂଳ ଡିଜାଇନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିବାର ଖବର ମିଳିଛି ।

ଏହି ନିଷ୍ପତ୍ତି ମୁତାବକ ପୁଣି ଥରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରଶାସନିକ ତଥା ସ୍କୁଲ କୋଠାର ଡିଜାଇନକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଡିଜାଇନ ସଂଶୋଧନ ହେବା ପରେ ପୁଣି ଥରେ ଆଦର୍ଶ ଗୁରୁକୁଳ କମିଟିର ଅନୁମୋଦନ ନିଆଯିବ । ଏହା ପରେ ପ୍ରସ୍ତାବିତ କୋଠାର ନିର୍ମାଣ ନିମନ୍ତେ ଟେଣ୍ଡର ଆହ୍ୱାନ କରାଯିବ ବୋଲି ଖବର ମିଳିଛି । ସ୍ମରଣୀୟ, ଆଦର୍ଶ ଗୁରୁକୁଳ ନିର୍ମାଣ ପ୍ରସ୍ତାବକୁ ନିର୍ମାଣ କମିଟି ମୋହର ଲଗାଇଛି । ସେବାୟତ ବିଦ୍ୟାର୍ଥୀଙ୍କ ପାଇଁ ଏହି ଅନୁଷ୍ଠାନରେ ୫୦ ଭାଗ ସ୍ଥାନ ସଂରକ୍ଷିତ ରହିବ ବୋଲି ବୈଠକରେ ଘୋଷଣା କରାଯାଇଛି । ଆସନ୍ତା ୨୩-୨୪ ଶିକ୍ଷା ବର୍ଷରେ ଗୁରୁକୁଳ ନିର୍ମାଣ ସରିବ ଏବଂ ଏହି ଶିକ୍ଷା ବର୍ଷରୁ ପାଠ ପଢ଼ା ମଧ୍ୟ ଆରମ୍ଭ କରିବାକୁ ଘୋଷଣା କରାଯାଇଛି । ପ୍ରଥମରୁ ଦଶମ ଆଦର୍ଶ ଗୁରୁକୂଳରେ ସିବିଏସଇ ପାଠ୍ୟକ୍ରମ ପଢ଼ାଯିବ ବୋଲି ସୂଚନା ଦିଆଯାଇଛି ।