PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପୁରୀ-ଏଲ୍‌ଟିଟି ଏକ୍ସପ୍ରେସ୍‌ରେ ଲାଗିବ ଏଲ୍‌ଏଚ୍‌ବି କୋଚ୍‌

ଭୁବନେଶ୍ୱର,୧୮ ।୧(ବ୍ୟୁରୋ): ପୁରୀ ଲୋକମାନ୍ୟ ତିଲକ୍‌ (ଏଲ୍‌ଟିଟି) ମୁମ୍ବାଇ ଏକ୍ସପ୍ରେସ୍‌ରେ ଲାଗିବ ଲିଙ୍କେ ହଫମେନ୍‌ ବୁସ୍‌(ଏଲ୍‌ଏଚ୍‌ବି)କୋଚ୍‌ । ରେଳ ଯାତ୍ରୀମାନଙ୍କର ଆରାମଦାୟକ ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବ ପ୍ରଚଳିତ କୋଚ୍‌ ପରିବର୍ତ୍ତେ ଆଧୁନିକ ପ୍ରଣାଳୀର ଏଲ୍‌ଏଚ୍‌ବି କୋଚ୍‌ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏଲ୍‌ଏଚ୍‌ବି କୋଚ୍‌ରେ ବିଭିନ୍ନ ପ୍ରକାରର ବୈଶିଷ୍ଟତା ରହିଛି । ଏହା ଆଣ୍ଟି ଟେଲିସ୍କୋପିକ୍‌ । ଦ୍ୱୈତ ବଫର୍‌ ପ୍ରଣାଳୀ ପରିବର୍ତ୍ତେ କେନ୍ଦ୍ରୀୟ ବଫର୍‌ କପଲିଙ୍ଗ୍‌ ପ୍ରଣାଳୀଯୁକ୍ତ ଏହି ଆଧୁନିକ ପ୍ରଣାଳୀର ଏଲ୍‌ଏଚ୍‌ବି କୋଚ୍‌ ଦୁର୍ଘଟଣା ସମୟରେ କୋଚ୍‌ ଉପରେ କୋଚ୍‌ ଚଢି ନଯାଇ ପାଖାପାଖି ହୋଇ ରହିଯାଏ । ଏପରିକି କୋଚ୍‌ଗୁଡିକ ପୂର୍ବ ଭଳି ଓଲଟି ଯାଇନଥାଏ ବୋଲି ପୂର୍ବତଟ ରେଳପଥ ଅଧିକାରୀ କହିଛନ୍ତି । ପୂର୍ବ ପ୍ରଚଳିତ କୋଚ୍‌ ଅପେକ୍ଷା ଏହାର ଲମ୍ବା ଅଧିକ ଥିବାରୁ ଅଧିକ ବର୍ଥ କ୍ଷମତା ବୃଦ୍ଧି କରିଥାଏ । ଏହି ନୂତନ ପ୍ରଣାଳୀର କୋଚ୍‌ଗୁଡିକର ରକ୍ଷଣାବେକ୍ଷଣ ଖର୍ଚ୍ଚ କମ ହୋଇଥାଏ । ଏହା ପୂର୍ବ ପ୍ରଚଳିତ କୋଚ୍‌ ତୁଳନାରେ କମ ଖର୍ଚ୍ଚରେ ପ୍ରସ୍ତୁତ ହୋଇପାରୁଥିବା ରେଳ କର୍ତ୍ତୃପକ୍ଷ କହିଛନ୍ତି । ତେବେ ପୁରୀ ଏଲ୍‌ଟିଟି ମୁମ୍ବାଇ ଏକ୍ସପ୍ରେସ୍‌ରେ ଏହି ସୁବିଧା ମେ ୧୨ରୁ ଏଲ୍‌ଟିଟିରୁ ଏବଂ ପୁରୀରୁ ୧୪ ତାରିଖରୁ ମିଳିପାରିବ ।

ସମ୍ବନ୍ଧିତ ଖବର