PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ପୁରୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲିଭାଇବାକୁ ୧୨ ଫାୟାର ଗାଡି, ୧୬୦ରୁ ଉର୍ଦ୍ଧ୍ଵ ଅଗ୍ନିଶମ କର୍ମଚାରୀ ନିୟୋଜିତ, ଖୁବଶୀଘ୍ର ନିଆଁ ଆୟତ୍ତ ହେବ କହିଲେ ଅଗ୍ନିଶମ ଡିଜି

ପୁରୀ, ୦୯/୦୩ : ପୁରୀ ମାର୍କେଟ କମ୍ପ୍ଲେକ୍ସ ଓ ସମ୍ରାଟ ହୋଟେଲରେ ନିଆଁ ଲାଗିବା ଘଟଣା। ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ୧୨ଟି ଫାୟାର ଗାଡି, ୧୬୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଷ୍ଟ୍ରାଇକିଂ ଫାୟାର ଫୋର୍ସ ନିଆଁ ଲିଭା କାମରେ ଲାଗିଛନ୍ତି। କଟକ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ମାଝିଙ୍କ ନେତୃତ୍ଵରେ ଅପରେସନ ଜାରି ରହିଛି। ତାଙ୍କୁ ସହଯୋଗ କରିବାକୁ ଅନ୍ୟ ଜଣେ ଫାୟାର ଅଫିସର ଘଟଣାସ୍ଥଳକୁ ଯାଉଛନ୍ତି।

ଡିଆଇଜି ନିଜେ ଯାଇ ପ୍ରତ୍ୟକ୍ଷ ତଦାରଖ କରିବେ। ରାତି ଅନ୍ଧାର ଯୋଗୁଁ ଏବଂ ସଟର ବନ୍ଦ ଥିବା କାରଣରୁ ନିଆଁ ଲିଭାଇବାକୁ ଅଧିକ ସମୟ ଲାଗିଥିଲା। କପଡା ଦୋକାନ ଏବଂ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ନିଆଁ ଲିଭା କାମ ବିଳମ୍ବ ହେଉଛି। ଖୁବଶୀଘ୍ର ନିଆଁ ଆୟତ୍ତ ହେବ।

ପ୍ରକାଶ ଥାଉକି, ବୁଧବାର ପୁରୀ ବଡଦାଣ୍ଡ ମରଚିକୋଟ ଛକ ନିକଟରେ ଅଭାବନୀୟ ଘଟଣା ଘଟିଥିଲା। ଏକ ମାର୍କେଟ କମ୍ପ୍ଲେକ୍ସ ଓ ସମ୍ରାଟ ହୋଟେଲରେ ନିଆଁ ଲାଗି ଭୟାନକ ପରିସ୍ଥିତି ସୃଷ୍ଟି କରିଥିଲା। ମାର୍କେଟ କମ୍ପ୍ଲେକ୍ସର ଏକ କପଡା ଦୋକାନରେ ସଟସର୍କିଟ ଯୋଗୁଁ ପ୍ରଥମେ ନିଆଁ ଲାଗିବା ପରେ କମ୍ପ୍ଲେକ୍ସ ଭିତରେ ଥିବା ୪୦ଟି ଦୋକାନକୁ ନିଆଁ ବ୍ୟାପିଥିଲା। ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ନିଶମ ବିଭାଗର ଗାଡି ଆସି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇପାରିନଥିଲା। ୧୪ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ପରେ ବି ଆୟତ୍ତ ହୋଇନି ନିଆଁ। ଗୁରୁବାର ସକାଳେ ଓଡ୍ରାଫ ଟିମ୍ ପହଞ୍ଚି ନିଆଁ ଲିଭାରେ ସାହାଯ୍ୟ କରିଛନ୍ତି।