PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ

ପୁରୀ ୨୦/୩: ବିଭିନ୍ନ ଅପରାଧରେ ଜଡ଼ିତ ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ କରିବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।ଅପରାଧରେ ଜଡ଼ିତ ଥାଇ ଅଟକ ବା ଗିରଫ ହୋଇ ଭଲ ଆଚରଣ ପ୍ରଦର୍ଶନ କରିବାକୁ ୧୧୦ ରେ ବଣ୍ଡ ଦେଇ ମୁକୁଳି ଥିବା ଓ ଏହାର ଉଲ୍ଲଘଂନ କରି ପୁଣି ଅପରାଧରେ ଜଡ଼ିତ ଅପରାଧୀ ମାନଙ୍କ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ପଷ୍ଟ କରି ଦିଆଯାଇଛି । ଆଜି ଅପରାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଉପଜିଲ୍ଲାପାଳ ତଥା ଏସଡିଏମ ଭବତାରଣ ସାହୁଙ୍କ ଅଧ୍ୟକ୍ଷତା ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅପରାଧ ଓ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସହର ତଥା ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ।

୨୬୩ ଜଣ ବଣ୍ଡ ଦେଇ ମୁକୁଳି ଥିବା ବ୍ୟକ୍ତିଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ଦେବୀଘାଟର ରୁମାନୀ ପ୍ରସାଦ ସିଂ, ମାର୍କଣ୍ଡେଶ୍ୱର ସାହିର ବାପୁନା ଓରଫ ସନ୍ତୋଷ ରାଉତ, ଲୋକନାଥ୍ ରୋଡର ଜୁଲୁ ଓରଫ ଜ୍ଞାନେନ୍ଦ୍ର ମାଣିଆ ପୁନଃ ଅପରାଧରେ ଜଡ଼ିତ ହେଉଥିବା ଜଣାଯାଇଛି। ସିଆରପିସି ଧ ରା ୧୨୨, ୧ବି ଅନୁଯାୟୀ ଭଲ ବ୍ୟବହାର ପାଇଁ ବଣ୍ଡ ଦେଇ ମୁକୁଳି ଥିବା ବ୍ୟକ୍ତି ଯଦି ପୁଣି ଅପରାଧ ରେ ଜଡ଼ିତ ହୁଏ ତେବେ ବଣ୍ଡ ରେ ଉଲ୍ଲେଖ ୩ ବର୍ଷରୁ ବାକିଥିବା ସମୟର ସଜା ତାକୁ ଭୋଗିବାକୁ ପଡ଼ିବ ବୋଲି ସାହୁ ସ୍ପଷ୍ଟ କରିଦେଇଥିଲେ। ଏପରିକି ବଣ୍ଡ୍ ନିୟମ ଅନୁସାରେ ସଂପୃକ୍ତ ଥାନାରେ ନିର୍ଦ୍ଧାରିତ ସମୟରେ ହାଜର ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ଅତିରିକ୍ତ ଏସ ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ଅପରାଧୀଙ୍କ ପ୍ରତି ପୋଲିସ ପ୍ରଶାସନ କଡା ନଜର ରଖିବା ସହ ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏସଡିପିଓ କିଶୋର କୁମାର ମୁଣ୍ଡ ସିଟି ଡି ଏସ ପି କେ କେ ହରିପ୍ରସାଦ, ସମସ୍ତ ଥାନା ର ଆଇଆଇସି ପ୍ରମୁଖ ଯୋଗ ଦେଇଥିଲେ।