ପୁଣି ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା, ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଗୁରୁତର

ପୁରୀ ୧୮/୦୩ : ପୁଣି ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା। ଜୁଆ ଖେଳକୁ କେନ୍ଦ୍ରକରି ମାର୍କେଟ ଛକ ଟ୍ରାଫିକ ପୋଲିସ ସମ୍ମୁଖରେ ତିନିଜଣ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁର୍ବୁତ୍ତଙ୍କ ଆକ୍ରମଣରେ ୩ ଯୁବକ ଗୁରୁତର। ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ଭର୍ତ୍ତି। ଗୁରୁତର ଯୁବକଙ୍କ ଦେହର ବିଭିନ୍ନ ଜାଗାରେ ଲାଗିଛି ଆଘାତ ଲାଗିଥିବା ସୂଚନା ମିଳିଛି । ଗୁରୁତର ଯୁବକ ହେଲେ ହୃଷିକେଶ ପଣ୍ଡା, ଜୁଏଲ ସ୍ୱାଇଁ , ଖଗେଶ୍ବର ସାହୁ।

ପ୍ରକାଶ ଯୋଗ୍ୟ ଯେ, ଶ୍ରୀମନ୍ଦିରରେ ଯାତ୍ରୀ ବ୍ୟବସାୟକୁ କେନ୍ଦ୍ର କରି ବୁଧବାର ରାତିରେ ୪ ଜଣ ସେବାୟତଙ୍କୁ ଟାଉନ୍ ଥାନା ଅଧୀନ ଗୁଡ଼ିଆ ସାହିରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଆକ୍ରମଣରେ ୪ ଜଣ ସେବାୟତ ଆହତ ହୋଇଥିଲେ । ଜଣେ ସେବାୟତଙ୍କୁ ଭୁଜାଲି ଚୋଟ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୋଟାଳିରେ ପିଟିଛନ୍ତି ଆକ୍ରମଣକାରୀ । ଭୁଜାଲି ଚୋଟରେ ଆହତ ସେବାୟତ ହେଲେ ଗୁଡ଼ିଆ ସାହିର ମଧୁସୂଦନ ପତ୍ରୀ ଓରଫ ବବୁଲ୍ (୨୮) । ଅନ୍ୟ ୩ ଆହତ ସେବାୟତ ହେଲେ ସେହି ସାହିର କାଶୀନାଇ ପ୍ରତିହାରୀ (୨୫), ବଟକୃଷ୍ଣ ମହାପାତ୍ର (୨୨) ଓ ରାଜନ ପୂଜାପଣ୍ଡା (୨୪) । ୩ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ବବୁଲ୍ ଗୁରୁତର ହୋଇଥିଲେ । ଆକ୍ରମଣ ବେଳର ସିସିଟିଭକୁ ଆଧାର କରି ପୋଲିସ ଅଭିଯୁକ୍ତ ଧରିବା ପାଇଁ ଛାନ୍ଭିନ୍ ଜାରି ରଖିଛି।