PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସମ୍ପର୍କୀୟଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତଦେହ, ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଏମିତି କଲେ ପୋଷ୍ଟ…

ଭୁବନେଶ୍ୱର ୨୪/୦୯: ପାରିବାରିକ କଳହ ହେଲା କାଳ । ସମ୍ପର୍କୀୟଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଜିଲ୍ଲା ପରିଷଦ ସଭ୍ୟ ମୃତଦେହ । ଆତ୍ମହତ୍ୟା କରିଥିବା ଜିଲ୍ଲା ପରିଷଦ ସଭ୍ୟ ହେଉଛନ୍ତି ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଧର୍ମେନ୍ଦ୍ର ସାହୁ । ଭୁବନେଶ୍ୱର ଶିଶୁପାଳଗଡ ଲକ୍ଷ୍ମୀବିହାରସ୍ଥିତ ସମ୍ପର୍କୀୟଙ୍କ ଘରୁ ମିଳିଛି ମୃତଦେହ ଠାବ କରାଯାଇଛି। ତେବେ ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୂଚନା ମୁତାବିକ, ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ କରିଥିବା ପୋଷ୍ଟ କରିଛନ୍ତି। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି “ମୋ ଫୋନ ୨ଟାରେ ସବୁ ଭିଡିଓ ରହିଛି, ତାହା ଦ୍ବାରା ସତ ଲୋକଲୋଚନକୁ ଆଣିବେ । ଏଭଳି କିଛି ଲେଖା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ପୋଲିସ । ଏଥି ସହିତ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।