ନୂଆଦିଲ୍ଲୀ : ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଲେ ଅନୁତାପ। ଅଜରବୈଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କୁ, ରୁଷ୍ର ଏୟାରସ୍ପେସ୍ରେ ହୋଇଥିବା ବିମାନ ଦୁର୍ଘଟଣା ପାଇଁ ମାଗିଲେ କ୍ଷମା । ଏହି ଦୁର୍ଘଟଣା ବୁଧବାର (୨୫ ଡିସେମ୍ୱର)ରେ କଜାକସ୍ତାନର ଅକ୍ତାଉ ସହର ନିକଟରେ ହୋଇଛି, ଯେତେବେଳେ ବିମାନ ସଂଖ୍ୟା J2-8243କୁ ଦକ୍ଷିଣୀ ରୁଷ୍ରୁ ଡାୟଭର୍ଟ କରାଯାଉ ଥିଲା। କ୍ରେମଲିନ ଏହି କଥାର ସୂଚନା ଦେଇଛି କି, ରାଷ୍ଟ୍ରପତି ପୁଟିନ ଏହି ଦୁଃଖଦ ଘଟଣାକୁ ନେଇ କ୍ଷମା ମାଗିଛନ୍ତି ଏବଂ ପୀଡିତଙ୍କ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି ଏବଂ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଉଲ୍ଲେଖନୀୟ ଯେ, ଇଜରବୈଜାନ ଏୟାରଲାଇନ୍ସର ବିମାନ ସଂଖ୍ୟା J2-8243 ଦକ୍ଷିଣୀ ରୁଷ୍ରୁ ଉଡ଼ାଣ ଭରିବା ପରେ କଜାକସ୍ତାନର ଅକ୍ସାଉ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ପାଖାପାଖି ୩୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୯ଜଣ ଜୀବନ ରକ୍ଷା ହୋଇଥିଲା। ଏହି ବିମାନକୁ ଦକ୍ଷିଣୀ ରୁଷ୍ରୁ ଡାୟଭର୍ଟ କରାଯାଇ ଥିଲା,କାରଣ ଏହି ସମୟରେ ରୁଷୀୟ କ୍ଷେତ୍ରରେ ୟୁକ୍ରେନୀ ଡ୍ରୋନ ଦ୍ୱାରା ହମଲା ହେଉଥିଲା। ବିମାନ ଗ୍ରୋଜନୀ ଏୟାରପୋର୍ଟରେ ଲ୍ୟାଣ୍ଡ କରିବାର ଅନେକ ଚେଷ୍ଟା କରିଥିଲା , କିନ୍ତୁ ଅସଫଳ ହୋଇଥିଲା। ୟୁକ୍ରେନୀ ଡ୍ରୋନ୍ ହମଲା ବେଳେ , ରୁଷ୍ର ଏୟାର ଡିଫେନ୍ସ ସିଷ୍ଟମ ପକ୍ଷରୁ ଏହି ହମଲାକୁ ନିଷ୍କ୍ରିୟ କରିବାକୁ ଚେଷ୍ଟା କରାଯାଉ ଥିଲା।
ରୁଷ୍ କହିଛି କି, ଅଜରବୈଜାନ ବିମାନ ଉପରେ ହମଲା ଭୁଲ୍ରେ ହୋଇଥିଲା। ରୁଷ୍ ପକ୍ଷରୁ କୁହାଯାଇଛି କି ବିମାନର ଡାଇଭର୍ସନ ସୁରକ୍ଷା କାରଣରୁ ହୋଇଥିଲା, କାରଣ ଗ୍ରୋଜନି, ମୋଜଦୋକ ଓ ଭ୍ଲାଦିକାଭକାଜରେ ୟୁକ୍ରେନୀ ଡ୍ରୋନରେ ହମଲା କରାଯାଉ ଥିଲା, ଯେଉଁଥି ପାଇଁ ରୁଷ୍ର ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଏହାକୁ ବିଫଳ କରିବା ପାଇଁ ସକ୍ରିୟ କରାଯାଇ ଥିଲା।
ଅଜରବୈଜାନର ପ୍ରାରମ୍ଭିକ ଯାଞ୍ଚ ବିମାନ ଉପରେ ବାହ୍ୟ ହସ୍ତକ୍ଷେପର କଥା କୁହାଯାଇଛି, ଯେଉଁଥି ପାଇଁ ବିମାନ ନିୟନ୍ତ୍ରଣ ହରାଇ କଜାକସ୍ତାନ ଆଡ଼କୁ ଚାଲି ଯାଇଥିଲା। ଯାଞ୍ଚରେ ବିମାନର ୱିଙ୍ଗ୍ସରେ ଗୁଳି ଦାଗ ଥିବା ଜଣାପଡ଼ିଛି। ଯାହାକି ଏହା ସଙ୍କେତ କରୁଛି କି ରୁଷୀୟ ଡିଫେନ୍ସ ସିଷ୍ଟମ ପକ୍ଷରୁ ବିମାନକୁ ଟାର୍ଗେଟ୍ କରାଯାଇ ଥିବ।
ଉକ୍ତ ଦୁର୍ଘଟଣା ପରେ ରୁଷ୍ ଘଟଣାକୁ ବାର୍ଡ ଷ୍ଟ୍ରାଇକ୍ ସହ ଯୋଡ଼ି ଦେଖିଛି , କିନ୍ତୁ ଅଜରବୈଜାନ ଓ ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞମାନେ ଏହି ଦାବିରେ ପ୍ରଶ୍ନ ଉଠାଇ ଥିଲେ।