ବେଜିଂ,୩୧।୮: ସଙ୍ଘାଇ ସହେଯାଗ ସଂଗଠନ ବା ଏସସିଓ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଋଷ୍ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍ ରବିବାର ଚୀନ୍ ତିୟାନଜିନ୍ ସହର ପହଁଞ୍ଚିଛନ୍ତି। ସେ କହିଛନ୍ତି, ରୁଷ ଓ ଚୀନ୍ ବ୍ରିକ୍ସ ଦେଶର ସାମାଜିକ-ଆର୍ଥିକ ବିକାଶରେ ବାଧ ଦେଉଥିବା ‘ଭେଦଭାବପୂର୍ଣ୍ଣ କଟକଣା’ ବିରୋଧରେ ଏକଜୁଟ୍ ହେବାର ନିଷ୍ପତ୍ତି ନେଇଛୁ । ଏଭଳି କହି ପୁଟିନ୍ ଚୀନ୍ ମାଟିରୁ ଆମେରିକାକୁ ଏହି ବାର୍ତ୍ତା ଦେଇଛନ୍ତି ।, ‘ଭେଦଭାବପୂର୍ଣ୍ଣ କଟକଣା’ ବିରୋଧରେ ସେମାନେ ଏକଜୁଟ୍ ହୋଇଛନ୍ତି। ପୁଟିନ୍ ଏହି କଥା ଚୀନ୍ର ସରକାରୀ ସମାଚାର ଏଜେନ୍ସି ‘ସିହ୍ନୁଆ’ କୁ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ରୁଷ ଓ ଚୀନ୍ ଗୁରୁତ୍ବପୂର୍ଣ୍ଣ ମୌଳିକ ଢାଞ୍ଚା ପ୍ରୋଜେକ୍ଟ ପାଇଁ ଅତିରିକ୍ତ ସମ୍ବଳ ଏକାଠି କରିବା ଉପରେ ଧ୍ୟାନ ଦେଉଛନ୍ତି । ବିଶ୍ବର ଚ୍ୟାଲେଞ୍ଜର ମୁକାବିଲ ପାଇଁ ବ୍ରିକ୍ସର କ୍ଷମତାକୁ ମଜବୁତ କରିବା ପାଇଁ ଏକଜୁଟ୍ ହୋଇଛନ୍ତି । ମସ୍କୋ ଓ ବେଜିଂ ବ୍ରିକ୍ସ ସଦସ୍ୟ ଓ ବିଶ୍ବସ୍ତରରେ ‘ସାମାଜିକ-ଆର୍ଥିକ ବିକାଶରେ ବାଧା ଦେଉଥିବା କଟକଣା’ ବିରେଧରେ ମିଳିତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରୁଷ ଓ ଚୀନ୍ ଅନ୍ତର୍ଜାତୀୟ ମୁଦ୍ରାକୋଷ ଓ ବିଶ୍ବ ବ୍ୟାଙ୍କରେ ସୁଧାରର ସମର୍ଥନ କରନ୍ତି।

ପୁଟିନଙ୍କ ଏହି ଟିପ୍ପଣୀ ଏଭଳି ସମୟରେ ଆସିଛି, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ଦେଶ ଉପରେ ୧୦% ଶୁଳ୍କ ଲଗାଇବାର ଧମକ ଦେଇଥିଲେ। ବ୍ରିକ୍ସ ଏକ ଅନ୍ତଃସରକାରୀ ସଂଗଠନ, ଯେଉଁଥିରେ ବ୍ରାଜିଲ, ରୁଷ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକା ରହିଛି । ସାଉଦି ଆରବ, ଇରାନ, ଇଥିଓପିଆ, ଇଜିପ୍ଟ, ଆର୍ଜେଣ୍ଟିନା ଓ ୟୁଏଇ ଏହା ନୂଆ ସଦସ୍ୟ ରହିଛନ୍ତି । ପୁଟିନ ଆଶା ପ୍ରକାଶ କରିଛନ୍ତି ଯେ, ତିୟାନଜିନରେ ହେବାକୁ ଥିବା ଏସ୍ସିଓ ଶିଖର ସମ୍ମିଳନୀ ୧୦ ସଦସ୍ୟ ସଂଗଠନକୁ ନୂଆ ଗତି ଦେବ, ସମକାଳୀନ ଚ୍ୟାଲେଞ୍ଜ ଓ ବିପଦର ସାମନା କରିବା ଏହାର କ୍ଷମତାକୁ ମଜବୁତ କରିବ।