ନୂଆଦିଲ୍ଲୀ,୨୩/୦୧: ଡବଲ୍ ଅଲିମ୍ପିକ୍ ପଦକ ବିଜୟିନୀ ଭାରତର ପିଭି ସିନ୍ଧୁଙ୍କ ସଫଳ କ୍ୟାରିୟରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ସେ ପ୍ରଥମ ଭାରତୀୟ ଭାବେ ମହିଳା ସିଙ୍ଗଲ୍ସରେ ୫୦୦ ମ୍ୟାଚ୍ ଜିତିବାରେ ରେକର୍ଡ଼ ସ୍ଥାପନ କରିଛନ୍ତି ।

ଜାକର୍ତ୍ତାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ଼ମିଣ୍ଟନରେ ଆଜି ସେ ଡେନମାର୍କର ଲିନ ହୋଜମାର୍କ ଜାର୍ସଫିଲ୍ଡଙ୍କୁ ହରାଇ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି । ବିଶ୍ୱର ଷଷ୍ଠ ମହିଳା ଖେଳାଳି ଭାବେ ସେ ୫୦୦ ମ୍ୟାଚ୍ ବିଜୟ କ୍ଲବରେ ସାମିଲ ହୋଇଛନ୍ତି । ମହିଳା ବର୍ଗ ପ୍ରି-କ୍ୱାର୍ଟରରେ ସିନ୍ଧୁ ୨୧-୧୯, ୨୧-୧୮ ଗେମ୍ରେ ଜାର୍ସଫିଲ୍ଡଙ୍କୁ ହରାଇ କ୍ୱାର୍ଟରରେ ସ୍ଥାନ ପକ୍କା କରିଥିଲେ । ସେ କ୍ୱାର୍ଟରରେ ଟପ୍ ସିଡ୍ ଚୀନର ଚେନ୍ ୟୁଫେଇଙ୍କୁ ଭେଟିବେ । ପୁରୁଷ ବର୍ଗରେ ଲକ୍ଷ୍ୟ ସେନ୍ କ୍ୱାର୍ଟର ପ୍ରବେଶ କରିଛନ୍ତି । ସେ ୨୧-୧୦, ୨୧-୧୧ରେ ହଂକଂର ଜାସନ ଗୁନାୱନଙ୍କୁ ହରାଇଥିଲେ । ଅନ୍ୟ ପଟରେ କେ. ଶ୍ରୀକାନ୍ତ ଓ ଅନମୋଲ ଖର୍ବଙ୍କ ଅଭିଯାନ ଶେଷ ହୋଇଛି ।

ଆହୁରି ପଢ଼ନ୍ତୁ:- ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-ଟ୍ବେଣ୍ଟି; ଟପ୍ ଅର୍ଡର ତ୍ରୁଟି ସୁଧାରି ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ସୂର୍ଯ୍ୟସେନା