ନୂଆଦିଲ୍ଲୀ,୦୧/୦୧: ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ସର୍ବାଧିକ ଆୟକାରୀ ଖେଳାଳି ହୋଇଛନ୍ତି । ଦୁଇଥରର ଅଲମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ବିଦାୟୀ ବର୍ଷରେ କେବଳ ଗୋଟିଏ ମାତ୍ର ଟାଇଟଲ ଜିତିଛନ୍ତି । ତେବେ ବିଶ୍ବର ମହିଳା ବ୍ୟାଡମିଣ୍ଟନ ଖେଳାଳିଙ୍କ ମଧ୍ୟରେ ଆୟରେ ୨୯ ବର୍ଷୀୟା ପିଭି ସିନ୍ଧୁ ଶୀର୍ଷରେ ରହିଛନ୍ତି । ମହିଳା ଆଥଲେଟ ଭାବେ ବିଶ୍ବରେ ୧୭ର ନମ୍ବରରେ ରହିଛନ୍ତି ।

ଫୋବର୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୪ରେ ସିନ୍ଧୁ ମୋଟ ୭.୧ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୬୦କୋଟି ୭୨ ଲକ୍ଷ ୪୨ ହଜାର ଟଙ୍କା) ଆୟ କରିଛନ୍ତି । ଯାହାକି ବିଶ୍ବରେ ମହିଳା ବ୍ୟାଡମିଣ୍ଟନ ଖେଳାଳିଙ୍କ ମଧ୍ୟରେ  ସର୍ବାଧିକ । ବର୍ଷରେ ସେ ସର୍ବାଧିକ ଆୟ ବିଭିନ୍ନ ବିଜ୍ଞାପନରୁ କରିଥିଲେ । ୨୦୨୪ରେ ମହିଳା ଖେଳାଳିଙ୍କ ମଧ୍ୟରେ ବିଶ୍ବରେ ଆମେରିକାର ୧୯ ବର୍ଷୀୟା ଟେନିସ ତାରକା କୋକୋ ଗଫ୍ ସର୍ବାଧିକ ୩୪.୪ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୨୯୪ କୋଟି ୩୪ ଲ୭ ୮୭ ହଜାର ଟଙ୍କା) ଆୟ କରି ତାରିକାରେ ଟପରେ ରହିଛନ୍ତି । ଓଭର ଅଲ ତାଲିକାରେ ୧୭ନମ୍ବରରେ ରହିଛନ୍ତି ସିନ୍ଧୁ ।

ଦେଶ ପାଇଁ ୨ଥର ଅଲିମ୍ପିକ୍ସ ପଦ ଜିତିଛନ୍ତି । ୨୦୧୯ ରେ ସ୍ୱର୍ଣ୍ଣ ସହିତ ଏଯାଏ ବିଶ୍ୱ ଚାମ୍ପିୟନସିପରୁ ମୋଟ ୫ଟି ପଦକ ଜିତିଛନ୍ତି। ଅନ୍ୟପଟେ ସେ ଅଲମ୍ପିକ୍ସରୁ ରୌପ୍ୟ ଓ କାଂସ୍ୟ ପଦକ ମଧ୍ୟ ଜିତିଛନ୍ତି । ୨୦୧୭ରେ ବୈଶ୍ୱିକ ସ୍ତରରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୨ ନମ୍ବର ସ୍ଥାନ ଅଧିକାର କରିଥିଲେ । ନିକଟରେ ହାତକୁ ଦୁଇହାତ ହୋଇଥିଲେ ସିନ୍ଧୁ । ବିଶିଷ୍ଟ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିଛନ୍ତି ।