ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା

Published By : Harapriya Sethi | December 21, 2024 12:20 PM

ପଟ୍ଟାମୁଣ୍ଡାଇ,୨୧/୧୨: ରାତିର ଅନ୍ଧାରରେ ଚାଷ ଜମିରେ ବୁଲୁଥିଲା ବିଶାଳକାୟ ଅଜଗର । ଅଜଗରଟିକୁ ଉଦ୍ଧାର କଲା ରାଜନଗର ବନବିଭାଗର ଏକ ଟିମ୍‌ । ଅଜଗରର ମୁଣ୍ଡରେ ସାମାନ୍ୟ ଆଘାତ ଥିବା ବେଳେ ତାର ଲମ୍ୱ ୧୮.୫ ଫୁଟ ରହିଛି । ଚିକିତ୍ସା ପରେ ଅଜଗରକୁ ଭିତରକନିକା ଜାତୀୟ ଉଦ୍ୟାନରେ ମୁକ୍ତ ଛଡାଯିବ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ରଗଡାପାଟିଆ ଫରେଷ୍ଟ ବ୍ଲକ ସଂଲଗ୍ନ ରାଜେନ୍ଦ୍ର ନାରାୟଣ ପୁର ଗାଁ ବାଇସିଘେରି ନିକଟସ୍ଥ ଚାଷ ଜମିରୁ ଅଜଗରକୁ ଉଦ୍ଧାର କରାଯାଇଛି । 

ସୂଚନା ମୁତାବକ, ଶୁକ୍ରବାର ରାତିରେ ଏକ ବିଶାଳ ୧୮.୫ ଫୁଟ ଲମ୍ବର ଅଜଗର ଏକ ଚାଷ ଜମିରେ ବୁଲୁଥିବା ବେଳେ କିଛି ଲୋକ ଦେଖି ରାଜନଗର ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଏକ ଟିମ୍ ଘଟଣାସ୍ଥଳକୁ ପଠାଇ ଅଜଗର ଟିକୁ ଉଦ୍ଧାର କରିଛନ୍ତି । ଅଜଗରଟିର ମୁଣ୍ଡରେ ସାମାନ୍ୟ ଆହତ ହୋଇଥିବାରୁ ସେହି ଅଜଗରକୁ ଭିତରକନିକା ଜାତୀୟ ଉଦ୍ୟାନରେ ଏକ ଲୁହା ପଞ୍ଜୁରୀରେ ରଖାଯାଇ ଚିକିତ୍ସା କରାଯିବ । ପରେ ଅଜଗର ସୁସ୍ଥ ହେଲେ ଭିତରକନିକା ଜାତୀୟ ଉଦ୍ୟାନରେ ମୁକ୍ତ ଛଡାଯିବ ବୋଲି ବନ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.