PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

4-7-8 Breathing Technique ; ରାତିରେ ଯଦି ନିଦ ଆସୁନି ତ ଏହି ଫର୍ମୁଲା ଆପଣାନ୍ତୁ , ଔଷଧର ଆବଶ୍ୟକତା ପଡ଼ିବନି

ନୂଆଦିଲ୍ଲୀ –ଯେଉଁ ଭଳି ସ୍ୱାସ୍ଥବାନ ରହିବା ପାଇଁ ଭଲ ଖାଦ୍ୟର ଆବଶ୍ୟକ , ସେହିପରି ରାତିରେ ପର୍ଯ୍ୟାପ୍ତ ପରିମାଣର ନିଦ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସେତିକି ଜରୁରୀ । ବିଶେଷଜ୍ଞଙ୍କ ମୁତାବିକ ଫିଟ୍‌ ରହିବା ପାଇଁ ୭-୮ ଘଣ୍ଟା ଶୋଇବା ନିହାତି ଜରୁରି , ହେଲେ ଆଜିକାଲି ଏହି ଧାଁ ଦୌଡ଼ ଓ ପ୍ରତିଯୋଗିତାର ଜୀବନରେ ଲୋକେ ରାତିରେ ଭଲରେ ଟିକେ ଶୋଇ ପାରୁ ନାହାନ୍ତି। ଯଦି ଆପଣ ବି ଏହି ଲୋକଙ୍କ ମଧ୍ୟରେ ଅଛନ୍ତି , ଯିଏ ଭଲ ନିଦ ଚାହାନ୍ତି , ହେଲେ ଠିକ୍‌ରେ ଆପଣଙ୍କର ନିଦ ହେଉନି, ତାହେଲେ ଏହି ଫର୍ମୁଲା ଆପଣାନ୍ତୁ । ବିନା ଔଷଧରେ ପ୍ରତିଦିନ ସୁନ୍ଦର ନିଦ ଆସିଯିବ ।

୪-୭-୮ ଫର୍ମୁଲା କଣ –

୪-୭-୮ ଫର୍ମୁଲା ବାସ୍ତବରେ ଆପଣଙ୍କର ଶରୀରକୁ ରିଲାକ୍ସ କରୁଥିବା ଏକ ଏକ୍ସରସାଇଜ୍ । ଯଦି ରାତିରେ ଆପଣଙ୍କୁ ନିଦ ଆସୁନାହିଁ , ତ ଶେଯରେ ଶୋଇ ଯାଇ ୪ ଯାଏ ଗଣନା କରନ୍ତୁ , ଗଭୀର ନିଶ୍ୱାସ ନିଅନ୍ତୁ । ଏହାପରେ ୭ଯାଏ ଗଣତି କରନ୍ତୁ ଏବଂ ସେପର୍ଯ୍ୟନ୍ତ ନିଶ୍ୱାସ ରୋକି ରଖନ୍ତୁ । ଏହାପରେ ନିଶ୍ୱାସ ଛାଡ଼ନ୍ତୁ ଏବଂ ୮ ଯାଏ ଗଣନ୍ତୁ। ସହଜ ଭାଷାରେ ବୁଝିଲେ  ୪ଯାଏ ଗଣତି କରିବା ବେଳେ ଆପଣଙ୍କୁ ବ୍ରିଦ୍‌ ଇନ୍‌, ୭ଯାଏ ଗଣତି ବେଳେ ବ୍ରିଦ୍ ହୋଲ୍ଡ ଓ ୮ ଯାଏ ଗଣତି କରିବା ବେଳେ ବ୍ରିଦ୍‌ ଆଉଟ୍ କରନ୍ତୁ । ବିଶେଷଜ୍ଞଙ୍କ ମୁତାବିକ ଏହି ଏକ୍ସରସାଇଜକୁ କରିବାରେ ହାର୍ଟ ରେଟ୍ କିଛି ମାତ୍ରାରେ କମ୍ ହୋଇଥାଏ ଓ ମନ ଶାନ୍ତ ହୋଇ ଥାଏ ।