PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଇଂଲଣ୍ଡର ରାଣୀ ବାହାର କଲେ ସୋସିଆଲ ମିଡିଆ ମ୍ୟାନେଜର ପୋଷ୍ଟ, ପ୍ରତି ମାସରେ ମିଳିବ ଏତେ ଲକ୍ଷ ଟଙ୍କା ଓ ଏହି ସୁବିଧା

ନୂଆଦିଲ୍ଲୀ,୨୧।୫: ଏବେ ମଣି​‌ଷ ଜୀବନରେ ସୋସିଆଲ ମିଡିଆ ଏକ ଜରୁରୀ ଅଂଶ ପାଲଟି ଯାଇଛି। ପ୍ରତ୍ୟେକ ବ୍ୟକ୍ତି ଏବେ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ପ୍ରତ୍ୟେକ କମ୍ପାନୀରେ ସୋସିଆଲ ମିଡିଆରେ ମ୍ୟାନେଜରର ପୋଷ୍ଟ ମଧ୍ୟ ରହିଥାଏ। ଯାହାକି କମ୍ପାନୀର ଜରୁରୀ ସୂଚନା ସୋସିଆଲ ମିଡିଆ ଜରିଆରେ କହିଥାଏ। ଏହା ଭିତରେ ଇଂଲଣ୍ଡର ମହାରାଣୀ ଏଲିଜାବେଥ୍-୨ ନିଜର ସୋସିଆଲ ମିଡିଆ ମ୍ୟାନେଜର ପୋଷ୍ଟ ବାହାର କରିଛନ୍ତି। ଯାହାର ଚର୍ଚ୍ଚା ପ୍ରତି ସ୍ଥାନରେ ରହିଛି। ତାଙ୍କୁ ଏଭଳି ଜଣେ ବ୍ୟକ୍ତି ଦରକାର ଯିଏକି ତାଙ୍କ ସ୍ଥାନରେ ସୋସିଆଲ ମିଡିଆରେ ସକ୍ରିୟ ରହିବେ ଓ ତାଙ୍କର ସବୁ କଥାର ସୂଚନା ଦେବେ ଓ ତାଙ୍କର ଆକାଉଣ୍ଟକୁ ଭଲ ଭାବରେ ସମ୍ଭାଳି ପାରିବେ। ଯେଉଁଥିପାଇଁ ସେ ମୋଟା ରକମର ଅର୍ଥ ମଧ୍ୟ ଦେବେ।

ରୟାଲ ଫ୍ୟାମିଲିର ସୋସିଆଲ ମିଡିଆ ସମ୍ଭାଳିବା ପାଇଁ ସେ ପୋଷ୍ଟ କରିଛନ୍ତି। ଏଥିପାଇଁ ସେ ଯେଉଁ ବ୍ୟକ୍ତିଙ୍କୁ କାମରେ ନିୟୋଜିତ କରିବେ ସେ ବକିଂଧମ ପ୍ୟାଲେସରେ ରହି କାମ କରିବେ। ଏହି ପ୍ରତିଷ୍ଠିତ ଚାକିରି ପାଇଁ  ଓପନିଂ ହେଉଛି। theroyalhousehold ରେ ଏହି ଚାକିରି ବିଷୟରେ କୁହାଯାଇଛି। ଏହି ପୋଷ୍ଟାର ନାମ ହେଉଛି ଡିଜିଟାଲ କମ୍ୟୁନିକେଶନ ଅଫିସର। ପ୍ରତି ସପ୍ତାହରେ ୩୭ ଘଣ୍ଟାର ଚାକିରି ରହିବ। ସେଥିପାଇଁ ୩୦ ହଜାହର ୟୁରୋ (୨୬ ଲକ୍ଷରୁ ଅଧିକ ଟଙ୍କା) ଦରମା ରହିବ।

ଏହି ଚାକିରିରେ ବହୁତ ଗୁଡିକ ପ୍ୟାକେଜ୍ ମଧ୍ୟ ରହିଛି। ପେନଶନ୍ ସ୍କିମ୍, ପ୍ରତି ବର୍ଷ ୩୩ ଛୁଟି, ପ୍ରତିଦିନ ମାଗଣାରେ ଲଞ୍ଚ ମିଳିବ ଏହା ସହ ବହୁ ସୁବିଧା ମଧ୍ୟ ରହିଛି। ଏହି ବିଜ୍ଞାପନରେ କୁହାଯାଇଛି, ସେହି ବ୍ୟକ୍ତି ଜଣଙ୍କୁ ଚୟନ କରାଯିବ ଯାହାର କଣ୍ଟେଣ୍ଟକୁ ମିଲିୟନରୁ ଅଧିକ ଭିୟୁଜ ମିଳିଥିବ। ଚାକିରି ସାର୍ବଜନୀନ ଦୃଷ୍ଟିରୁ ଓ ବିଶ୍ବ ମଞ୍ଚରେ ରାଣୀଙ୍କ ଉପସ୍ଥିତିକୁ ବନାଇ ରଖିବା ପାଇଁ ନୂତନ ଉପାୟ ବାହାର କରିବେ ଏହି ବ୍ୟକ୍ତି।

ସମ୍ବନ୍ଧିତ ଖବର