PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

କୋଭିଡରୁ ସୁସ୍ଥ ହୋଇ ମଇଦାନକୁ ଫେରିଲେ ରବିଚନ୍ଦ୍ର ଅଶ୍ବିନ୍, ଲିସେଷ୍ଟରର ଓ୍ବାର୍ମ ଅପ୍‌ ମ୍ୟାଚରେ ହେଲେ ସାମିଲ୍‌

Image Courtesy : CricInfo

ଲିସେଷ୍ଟର,୨୩/୦୬: କୋଭିଡରୁ ସୁସ୍ଥ ହେବା ପରେ ଭାରତର ପ୍ରମୁଖ କ୍ରିକେଟର ତଥା ପ୍ରିମିୟର ଅଫ୍‌ ସ୍ପିନର୍‌ ରବିଚନ୍ଦ୍ର ଅଶ୍ବିନ୍‌ ଲିସେଷ୍ଟରରେ ହେବାକୁ ଥିବା ଅଭାସ ମ୍ୟାଚରେ ଭାରତୀୟ ଦଳ ପକ୍ଷରୁ ସାମିଲ୍‌ ହେବାକୁ ଯାଉଛନ୍ତି। ଅଶ୍ବିନ ବୁଧବାର ଦିନ ଲିସେଷ୍ଟରରେ ପହଞ୍ଚିବା ପରେ ଚାରିଦିନିଆ ଓ୍ବାର୍ମ ଅପ୍‌ ମ୍ୟାଚରେ ସାମିଲ ହୋଇଛନ୍ତି। ଗୁରୁବାର ଠାରୁ ଭାରତ ଓ ଲିସେଷ୍ଟର ମଧ୍ୟରେ ଚାରିଦିନିଆ ଓ୍ବାର୍ମ ଅପ୍‌ ମ୍ୟାଚ୍‌ ଆରମ୍ଭ ହୋଇଛି।

କିଛିଦିନ ହେବ ଅଶ୍ବିନ୍‌ କୋଭିଡରେ ସଂକ୍ରମିତ ହୋଇ ମଇଦାନରୁ ବାହାରେ ରହିଥିଲେ। ଗତ ସପ୍ତାହରେ କୋଭିଡରେ ସଂକ୍ରମିତ କାରଣରୁ ଇଂଲଣ୍ଡରେ ଆୟୋଜିତ ମ୍ୟାଚ୍‌ ଖେଳି ପାରିନଥିଲେ ଅଶ୍ବିନ। ଆଜି ସକାଳେ ସେ  ଗ୍ରାଉଣ୍ତରେ ଭାରତୀୟ ଦଳ ସହିତ ଯୋଗ ଦେଇଥିଲେ ବି ଖେଳାଳୀ ତାଲିକାରେ ତାଙ୍କ ନାମ ନଥିଲା। ପରିଶେଷରେ ନିର୍ଣ୍ଣୟ ନିଆଯାଇଥିଲା ଯେ, ୧୩ ଜଣ ଖେଳାଳୀଙ୍କୁ ନେଇ ଏହି ମ୍ୟାଚ୍‌ ଖୋଳାଯିବ।

ତେବେ ଅଶ୍ବିନୀଙ୍କ ଉପସ୍ଥିତି ହେତୁ ଭାରତୀୟ ଦଳ ଦୃଢ଼ତାର ସହିତ ମ୍ୟାଚକୁ ମୁକାବିଲା କରିବା ବେଳେ ଇଂଲଣ୍ଡର ପରିବେଶକୁ ନେଇ କିପରି ମ୍ୟାଚ୍‌ ଖେଳାଯିବ, ସେନେଇ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ଆଇସିସିର ଟେଷ୍ଟ ବୋଲର୍‌ ମାନ୍ୟତାରେ ଅଶ୍ବିନଙ୍କ ସ୍ଥାନ ଦ୍ବିତୀୟରେ ରହିଥିବା ବେଳେ ଅଲରାଉଣ୍ଡର ର‍୍ୟାଙ୍କରେ ତାଙ୍କ ସ୍ଥାନ ତୃତୀୟରେ ରହିଛି। ଗତବର୍ଷ ପଟଉଡ଼ି ଟ୍ରଫିର ପ୍ରଥମ ଚରୋଟି ମ୍ୟାଚ ଖେଳିଥିଲେ ବି ପରିଶେଷକୁ ସ୍ପିନ୍ ଅଲରାଉଣ୍ଡର ଭାବରେ ରବିନ୍ଦ୍ର ଜାଡେଜାଙ୍କୁ ପସନ୍ଦ କରିଥିଲା ଟିମ୍‌।

ଜୁଲାଇ ୧ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ଉପରେ ଅଶ୍ବିନଙ୍କ ନଜର ରହିଛି। ନୋଟିଙ୍ଗହମସାୟର ଓ ଓ୍ବାର୍କସାୟର ପକ୍ଷରୁ ଖେଳି ପୂର୍ବରୁ ଅଶ୍ନୀନ ୨୫.୩୨ ହାରରେ ୬୧ ଓ୍ବିକେଟ ଓ ୩୭ ହାରରେ ୫୫୩ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର