ପ୍ରଥମ ଦିନରେ ବକ୍ସ ଅଫିସରେ କମାଲ ଦେଖାଇ ପାରିଲାନି ଆର ମାଧବନଙ୍କ ‘ରକେଟ୍ରି’, ଫ୍ଲପ୍ ହେଲା ଶାହାରୁଖଙ୍କ କମବ୍ୟାକ୍ କେମିୟୋ

ନୂଆଦିଲ୍ଲୀ ୦୨/୦୭: ଆର ମାଧବନଙ୍କ ଫିଲ୍ମ ‘ରକେଟ୍ରି’ ଶୁକ୍ରବାର ଦିନ ବକ୍ସ ଅଫିସରେ ରିଲିଜ୍ ହୋଇଛି। ଏହି ଫିଲ୍ମରେ ସୁପରଷ୍ଟାର ଶାହରୁଖ ଖାନ କେମିୟୋ ରୋଲ୍ କରିଛନ୍ତି ଏବଂ ଏହାକୁ ୫ ଟି ଭାଷାରେ ରିଲିଜ୍ କରାଯାଇଛି। ଫିଲ୍ମର କାହାଣୀ ଭାରତୀୟ ମହାକାଶ ଗବେଷଣା ସଂଗଠନର ପୂର୍ବତନ ରକେଟ୍ ବୈଜ୍ଞାନିକ ନମ୍ବି ନାରାୟଣନଙ୍କ ଜୀବନ ଉପରେ ଆଧାରିତ।
ଫିଲ୍ମର ଟକ୍କର ବଲିଉଡ ଫିଲ୍ମ ‘ଓମ୍ ଦି ବ୍ୟାଟେଲ ୱିଥଇନ୍’ ସହିତ ରହିଛି। ଯଦିଓ ଉଭୟ ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର ଫିଲ୍ମ, ତଥାପି ଉଭୟଙ୍କ ମଧ୍ୟରେ ସଂଘର୍ଷ ଟିକେଟ୍ ବିକ୍ରିରେ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ବିଶେଷଜ୍ଞମାନଙ୍କ ଅନୁଯାୟୀ, ରକେଟ୍ରିକୁ ମାଉଥ୍ ପବ୍ଲିସିଟିର ଫାଇଦା ମିଳିବ ଏବଂ ଯଦି ଫିଲ୍ମଟି ଧିର ବ୍ୟବସାୟ କରେ ତଥାପି ଆଗକୁ ଆହୁରି ଉନ୍ନତି କରିପାରିବ।
ଟ୍ରେଡ୍ ଏନାଲିଷ୍ଟ ଗିରିଶ ଜୋହର କହିଛନ୍ତି, ଆର ମାଧବନଙ୍କ ଫିଲ୍ମ କମରସିଆଲ ମୁଭି ନୁହେଁ ଏବଂ ଏହା ନିଜ ଢଙ୍ଗରେ ଦର୍ଶକଙ୍କୁ ଆକର୍ଷିତ କରିବାରେ ସକ୍ଷମ ହେବ। ପ୍ରଥମ ଦିନରେ ୧ କୋଟି ୭ ଲକ୍ଷ ଟଙ୍କା ବ୍ୟବସାୟ କରିଛି । ତେବେ ଦ୍ୱିତୀୟ ଦିନରେ ଫିଲ୍ମର ବ୍ୟବସାୟରେ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷେ, ଶାହାରୁଖ ଖାନ ଦୀର୍ଘ ସମୟ ପରେ ବଡ ପରଦାକୁ ଏକ କେମିୟୋ ରୋଲ ମାଧ୍ୟମରେ ଫେରିଛନ୍ତି। କିନ୍ତୁ ତାଙ୍କ ଫିଲ୍ମ ପୁଣି ଥରେ ଫ୍ଲପ୍ ହେଉଥିବା ପରି ମନେ ହେଉଛି। ଶାହାରୁଖ ଖାନ ପୂର୍ବରୁ ଜିରୋ ଫିଲ୍ମରେ ନଜର ଆସିଥିଲେ ଯାହା ବଡ ଫ୍ଲପ ବୋଲି ପ୍ରମାଣିତ ହୋଇଥିଲା।