PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ନ୍ୟାୟ ପାଇଁ ୧୦ ବର୍ଷର ସଂଘର୍ଷ; ନବୀନ ନିବାସ ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଦୀର୍ଘ ୧୦ ବର୍ଷ ହେବ +୨ ସାର୍ଟିଫିକେଟ୍‌ ପାଇଁ ସଂଘର୍ଷ କରୁଛନ୍ତି ରେଭେନ୍ସା ଛାତ୍ର ରବୀନ୍ଦ୍ର କୁମାର ଦାସ । ଶେଷରେ ନ୍ୟାୟ ନପାଇ ନବୀନ ନିବାସ ଆଗରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଠିକଣା ସମୟରେ ପୁଲିସ ପହଞ୍ଚି ତାଙ୍କୁ ଏପରି ଉଦ୍ୟମରୁ ବିରତ କରିବା ସହ ନିଜ ହେପାଜତକୁ ନେଇଛି । ତାଙ୍କ ବିଷୟରେ ବିଚାର କରାଯିବ ବୋଲି ମଧ୍ୟ ପୁଲିସ ତାଙ୍କୁ ଆଶ୍ୱାସନା ଦେଇଛି ।

ଛାତ୍ର ରବୀନ୍ଦ୍ରଙ୍କ ଅଭିଯୋଗ ମୁତାବକ ୨୦୦୮ ମସିହାରେ ରେଭେନ୍ସାରେ ସେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । ହେଲେ ତାଙ୍କୁ ସାର୍ଟିଫିକେଟ ମିଳିଲା ନାହିଁ । ସାର୍ଟିଫିକେଟ ନମିଳିବାରୁ ସେ ଖାତା ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଥିଲେ । ଖାତା ହଜି ଯାଇଥିବା ଜଣାପଡିଥିଲା । ସେ ବାରମ୍ବାର କଲେଜ କର୍ତ୍ତୃପକ୍ଷଙ୍କ ପାଖକୁ ଯିବାରୁ ତାଙ୍କୁ ଏକ ନକଲି ସାର୍ଟିଫିକେଟ୍‌ ଧରାଇ ଦିଆଗଲା । ଯେଉଁଥିପାଇଁ ସେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଲେ ବୋଲି କହିଛନ୍ତି । ସେ ଅନେକ ଥର ଏନେଇ ରେଭେନ୍ସା କର୍ତ୍ତୃପକ୍ଷ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଛନ୍ତି । ମାତ୍ର ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ । ଏହି ଘଟଣାକୁ ନେଇ ସମସ୍ତେ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରତିଶ୍ରୁତି ପାଳନ କରିନଥିଲେ । ରବୀନ୍ଦ୍ର ଜଣେ ଭିନ୍ନକ୍ଷମ ଛାତ୍ର ହୋଇଥିବାରୁ ଅନେକ ସ୍ଥାନରେ ମଧ୍ୟ ମାନସିକ ନିର୍ଯାତନାର ଶିକାର ହୋଇଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ । ସେଠାରୁ ନିରାଶ ହେବା ପରେ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସକାଳେ ଏହି ଘଟଣା ଘଟିଥିଲା । ପୁଲିସ ତାଙ୍କୁ ଉଦ୍ଧାର କରିଥିଲା । ରବୀନ୍ଦ୍ର କହିଛନ୍ତି ଯେ, ଯେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନମିଳିବ ସେ ଏପରି ସଂଘର୍ଷ ଜାରି ରଖିବେ ।

ରବୀନ୍ଦ୍ର ଜଣେ ଭିନ୍ନକ୍ଷମ ଛାତ୍ର ହୋଇଥିବାରୁ ଅନେକ ସ୍ଥାନରେ ମଧ୍ୟ ମାନସିକ ନିର୍ଯାତନାର ଶିକାର ହୋଇଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ । ସେଠାରୁ ନିରାଶ ହେବା ପରେ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସକାଳେ ଏହି ଘଟଣା ଘଟିଥିଲା । ପୁଲିସ ତାଙ୍କୁ ଉଦ୍ଧାର କରିଥିଲା । ରବୀନ୍ଦ୍ର କହିଛନ୍ତି ଯେ, ଯେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନମିଳିବ ସେ ଏପରି ସଂଘର୍ଷ ଜାରି ରଖିବେ ।