ରାଧା-କୃଷ୍ଣଙ୍କ ଥିମରେ ଆକାଶ ଅମ୍ବାନୀଙ୍କ ବିବାହ କାର୍ଡ ବାକ୍ସ ଖୋଲିଲେ ବାଜୁଛି ଭଜନ

ମୁମ୍ବାଇ,୧୪।୨: ଆକାଶ ଅମ୍ବାନୀ ଓ ଶ୍ଲୋକା ମେହେତାଙ୍କ ବିବାହ କାର୍ଡକୁ ନେଇ ଏବେ ଭାରି ଚର୍ଚା। ବିବାହ କାର୍ଡଟି ଭିଡିଓ ଭଳି ଆକାରର ହୋଇଥିବା ବେଳେ ଏଥିରେ ଆନିମେସନ୍ ଥିବା ଲାଇଟିଂ ଡିସ୍କ ଲାଗିଛି। ଭଗବାନ କୃଷ୍ଣଙ୍କ ଫଟୋ ରହିଛି। ଯାହାର କଭର ହଟାଇବା ପରେ ଏହାକୁ ଅଲଗା କରିହେବ। ପରିବାରର ପରମ୍ପରା ଅନୁସାରେ ଅମ୍ବାନୀ ପରିବାର ସବୁଠାରୁ ପ୍ରଥମେ ସିଦ୍ଧିବିନାୟକ ମନ୍ଦିରରେ ନିମନ୍ତ୍ରଣ ପତ୍ର ଅର୍ପଣ କରିଥିଲେ। ବକ୍ସ ଖୋଲିବା ମାତ୍ରେ ଅଚ୍ୟୁତମ କେଶବମ୍, କୃଷ୍ଣ ଦାମୋଦର…ଭଜନ ବାଜୁଛି। କାର୍ଡ ଖୋଲିବା ପରେ ଗଣପତିଙ୍କ ଫଟୋ ଦେଖିବାକୁ ମିଳିବ।

ଭିତରେ ବାହାଘର କାର୍ଯ୍ୟକ୍ରମର ସମୟ ଓ ଅନ୍ୟ ସୂଚନା ଦିଆଯାଇଛି ଓ ମୁକେଶ ଅମ୍ବାନୀଙ୍କ ହାତରେ ଲିଖିତି ଶୁଭକାମନା ବାର୍ତା ମଧ୍ୟ ରହିଛି। କାର୍ଡରେ ରାଧା-କୃଷ୍ଣଙ୍କ ଲୀଳାର ଖୁବ୍ ସୁନ୍ଦର ଫଟୋ ଡିଜାଇନ୍ କରି ରଖାଯାଇଛି। ଏଥରେ ହଳଦିଆ, ନୀଳ, ଧଳା ଓ ଲାଲ ରଙ୍ଗର ବ୍ୟବହାର କରାଯାଇଛି। ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କ ବିବାହ ୯ ମାର୍ଚରେ ଶ୍ଲୋକଙ୍କ ସହ ମୁମ୍ବାଇର ଜିୟୋ ଓ୍ବାଲର୍ଡ ସେଣ୍ଟରରେ ହେବ। ବିବାହ ସମାରୋହ ୩ ଦିନ ଚାଲିବ। ଆକାଶଙ୍କ ବିବାହ କାର୍ଡର ମୂଲ୍ୟ କେତେ ତାହା ଯଦିଓ ଜଣାନାହିଁ। କିନ୍ତୁ ମୁକେଶ ତାଙ୍କ ଝିଅ ଇଶାଙ୍କ ବିବାହ କାର୍ଡ ୩ ଲକ୍ଷ ଟଙ୍କାର ରହିଥିଲା
