ସମୁଦ୍ରକୁ ଡେଇଁ ରାଧିକାଙ୍କ ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ହୋଟେଲ୍ରେ ଚୁଟି ଟାଣି ଅତି ନିର୍ମମ ମାଡ଼ ମାରିଥିଲେ ବାପା

ପୁରୀ,୦୧/୧୨: ସମୁଦ୍ରକୁ ଡେଇଁ ମଧ୍ୟପ୍ରଦେଶ ସାଗର ଜିଲ୍ଲାର ରାଧିକା କୁଶୁୱା ଆତ୍ମହତ୍ୟା କରିବା ମାମଲା ପଛର କାରଣ ଖୋଜୁଛି ପୁଲିସ । ଏହି ସମୟରେ ଆଉ ଏକ ରହସ୍ୟ ସାମ୍ନାକୁ ଆସିଛି । ଝିଅକୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ନେଇ ମୌଖିକ ଭାବେ ଅଭିଯୋଗ ଆଣୁଥିବା ବାପା ପ୍ରହଲ୍ଲାଦ କୁଶୁୱା ହୋଟେଲ୍ରେ ଝିଅ ରାଧିକାଙ୍କୁ ନିସ୍ତୁକ ପିଟୁଥିବାର ସିସିଟିଭି ଫୁଟେଜ ଏବେ ଭାଇରାଲ୍ ହେବାରେ ଲାଗିଛି ।
ପ୍ରହଲ୍ଲାଦ ତାଙ୍କ ଝିଅକୁ ମାଡ ମାରିଥିଲେ ବୋଲି ପୁଲିସ ଆଗରେ ସ୍ୱୀକାର କରିଥିବା କହିଛନ୍ତି ଆଇଆଇସି । ହେଲେ ଝିଅକୁ ହୋଟେଲ ସିଡିରେ ଚୁଟି ଟାଣି ଅତି ନିର୍ମମ ଭାବେ ମାଡ ମାରିଥିବା ଦୃଶ୍ୟ ଭାଇରାଲ୍ ହୋଇଛି । ଝିଅ ସମୁଦ୍ରକୁ ଡେଇଁବା ପଛର କାରଣ ବାପା ପ୍ରହଲ୍ଲାଦଙ୍କ ମାଡ ନା ଆଉ କିଛି ରହସ୍ୟ ରହିଛି ଏନେଇ ପୁଲିସ ତଦନ୍ତ ଜାରି ରଖିଥିବା କହିଛନ୍ତି ଆଇଆଇସି ଶ୍ରୀ ରାଉତ । ଏପରିକି ଏହି ସିସିଟିଭି ଫୁଟେଜ ପୁଲିସର ହସ୍ତଗତ ହୋଇଥିବା ମଧ୍ୟ ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୩ ତାରିଖରେ ସମୁଦ୍ରକୁ ଡେଇଁଥିଲେ ରାଧିକା ।