ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

‘ଅଙ୍ଗ୍ରେଜୀ ମିଡିୟମ୍‌’ରୁ ଷ୍ଟାର୍‌ କିଡ୍‌ଙ୍କୁ ହଟାଇଥିଲେ ରାଧିକା, ବହୁ ସଂଘର୍ଷ ପରେ ମିଳିଥିଲା ଅଡିସନ୍‌ର ସୁଯୋଗ

Published By : Krishna Priya | July 27, 2025 9:13 AM

ନୂଆଦିଲ୍ଲୀ ୨୭/୦୭: ଦିବଂଗତ ଷ୍ଟାର୍‌ ଇରଫାନ ଖାନ୍‌ଙ୍କ ସହ ‘ଅଙ୍ଗ୍ରେଜୀ ମିଡିୟମ୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲେ ରାଧିକା ମଦାନ । ଏହି ଫିଲ୍ମ ଜରିଆରେ ତାଙ୍କ କ୍ୟାରିଅର ଆଗକୁ ବଢ଼ିଥିଲା । ଏହି ଫିଲ୍ମରେ ଭୂମିକା ପାଇବାକୁ ସେ ନିର୍ଦ୍ଦେଶକଙ୍କ ପଛରେ ପଡ଼ିଯାଇଥିଲେ । ବହୁତ ସଂଘର୍ଷ ପରେ ତାଙ୍କୁ ଅଡିସନ୍‌ର ସୁଯୋଗ ମିଳିଥିଲା । ଫରାହ ଖାନ୍‌ଙ୍କ ନୂଆ କୁକିଙ୍ଗ୍‌ ବ୍ଲଗ୍‌ରେ ରାଧିକା କହିଛନ୍ତି, ଫିଲ୍ମ ପାଇଁ ପୂର୍ବରୁ ଅନ୍ୟ ଜଣେ ଅଭିନେତ୍ରୀଙ୍କ ନାଁ ସ୍ଥିର ହୋଇସାରିଥିଲା । ମୁଁ କିନ୍ତୁ ପଛକୁ ହଟିଲି ନାହିଁ । ମୋର ଅଡିସନ୍‌ ନେବାକୁ ନିର୍ଦ୍ଦେଶକଙ୍କ ପଛରେ ପଡ଼ିଯାଇଥିଲି । ହୋମି ଅଦଜାନିୟା ବିରକ୍ତ ହୋଇ ମୋର୍‌ ଅଡିସନ୍‌ ନେବାକୁ ତାଙ୍କ ଟିମ୍‌କୁ କହିଥିଲେ । ସେହି ବର୍ଷ ଅନେକ ଷ୍ଟାର୍‌ କିଡ୍‌ ଲଞ୍ଚ୍‌ ହୋଇଥିଲେ । ମୁଁ କିଏ ଥିଲି ଯେ ମୋତେ ଫିଲ୍ମରେ ରୋଲ୍‌ ମିଳିଥାନ୍ତା ।’ 

ତେବେ କେଉଁ ଅଭିନେତ୍ରୀଙ୍କୁ ଏହି ଫିଲ୍ମ ପାଇଁ ଚୟନ କରାଯାଇଥିଲା, ରାଧିକା ଏବେ ବି ଜାଣିନାହାନ୍ତି । ଫରାହ ତାଙ୍କୁ ମଜାରେ କହିଲେ ଯେ ଷ୍ଟାର୍‌ କିଡ୍‌ଙ୍କ ହାତରୁ ଫିଲ୍ମ ଛଡ଼ାଇ ନେଇଥିବାରୁ ରାଧିକା ହିଁ ପ୍ରକୃତ ଦୋଷୀ । ସୂଚନାଥାଉକି, ସିନେ ଦୁନିଆକୁ ଆସିବା ପୂର୍ବରୁ ରାଧିକା ଟେଲିଭିଜନ୍‌ର ଜଣେ ପରିଚିତ ଚେହେରା ଥିଲେ । ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ପଟାଖା’ ଜରିଆରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ତା’ପରେ ‘ମର୍ଦ କୋ ଦର୍ଦ ନହିଁ ହୋତା’ରେ କାମ କଲେ । ‘ଅଙ୍ଗ୍ରେଜୀ ମିଡିୟମ୍‌’ ତାଙ୍କ କ୍ୟାରିଅର୍‌ର ୩ୟ ଫିଲ୍ମ ଥିଲା । ଖୁବ୍‌ଶୀଘ୍ର କମେଡି ଫିଲ୍ମ ‘ରୁମି କୀ ଶରାଫତ୍‌’ରେ ଶାରିବ ହାଶମୀ ଓ ନିଶାଙ୍କ ବର୍ମାଙ୍କ ସହ ସେ ପରଦାକୁ ଆସିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.