PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଗୁରୁଶିଷ୍ୟ ମୁହାଁମୁହିଁ: ରଘୁରାମ ରାଜନଙ୍କୁ ସିଇଏ କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍‌ଙ୍କ ଜବାବ

ନୂଆଦିଲ୍ଲୀ,୩୦ା୩(ଏଜେନ୍ସି):ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଙ୍କକୁ ନେଇ ମୁହାଁମୁହିଁ ହୋଇଛନ୍ତି ଗୁରୁଶିଷ୍ୟ । ଭାରତର ଜିଡିପିକୁ ନେଇ ଗୁରୁ ରଘୁରାମ୍‌ ରାଜନଙ୍କ ସନ୍ଦେହ ଉପରେ ଜବାବ ରଖିଛନ୍ତି ଶିଷ୍ୟ ତଥା ଦେଶର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍‌ । ଜିଡିପି ଉପରେ ରାଜନଙ୍କ ସନ୍ଦେହ ଭିତ୍ତିହୀନ । ଉଦାରୀକରଣ ପରଠାରୁ ଦେଶର ଜିଡିପି ସର୍ବୋତ୍ତମ ରହିଥିବା ସୁବ୍ରମଣ୍ୟମ୍‌ କହିଛନ୍ତି । ସୂଚନାଯୋଗ୍ୟ, ସିଇଏ ସୁବ୍ରମଣ୍ୟମ୍‌ଙ୍କ ଗୁରୁ ହେଉଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ର ପୂର୍ବତନ ଗଭର୍ଣ୍ଣର ତଥା ଆଇଏମ୍‌ଏଫ୍‌ର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ ରଘୁରାମ ରାଜନ ।

ସୁବ୍ରମଣ୍ୟମ୍‌ ରାଜନଙ୍କ ଅଧୀନରେ ଚିକାଗୋ ବିଶ୍ୱବିଦ୍ୟାଳୟର ବୁଥ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସ୍‌ରୁ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି । ସୁବ୍ରମଣ୍ୟମ୍‌ କହିଛନ୍ତି ଯେ, ଅଭିବୃଦ୍ଧିକୁ ନେଇ ବର୍ତ୍ତମାନ ଉଠାଯାଉଥିବା ବିବାଦଗୁଡିକର କୌଣସି ଅର୍ଥ ନାହିଁ । ବର୍ତ୍ତମାନର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଂସ୍କାର ପଦକ୍ଷେପ ଯେପରି ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି) ଏବଂ ଦେବାଳିଆ ଆଇନ ଐତିହାସିକ । ଆର୍‌ବିଆଇର ପୂର୍ବତନ ଗଭର୍ଣ୍ଣର ଜିଡିପି ଅଙ୍କ ଉପରେ ସନ୍ଦେହ କରିବା ଉଚିତ ନୁହେଁ । ବାସ୍ତବ ତଥ୍ୟକୁ ଭିତ୍ତି କରି ଜିଡିପି ହିସାବ କରାଯାଇଥିବା ସୁବ୍ରମଣ୍ୟମ୍‌ କହିଛନ୍ତି । ସୂଚନାଯୋଗ୍ୟ, ରଘୁରାମ ରାଜନ ମଙ୍ଗଳବାର ଦେଶର ଜିଡିପି ଅଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲେ । ଦେଶ ହାରାହାରି ୭% ଅଭିବୃଦ୍ଧି ନେଇ ଆଗକୁ ବଢ଼ୁଛି ତାହା ବିଶ୍ୱାସ କରିବା କଷ୍ଟକର ବୋଲି ସେ କହିଥିଲେ । ଯଦି ଦେଶ ୭% ଅଭିବୃଦ୍ଧି ନେଇ ଆଗକୁ ବଢ଼ୁଛି ତା’ହେଲେ ନିଯୁକ୍ତି ଅଙ୍କରେ ଏହା କ’ଣ ପାଇଁ ପ୍ରତିଫଳନ ହେଉନାହିଁ ବୋଲି ରାଜନ ପ୍ରଶ୍ନ କରିଥିଲେ । ଜିଡିପି ତଥ୍ୟର ବାସ୍ତବତା ମାପିବା ପାଇଁ ପ୍ରମୁଖ ଅର୍ଥନୀତିଜ୍ଞଙ୍କ ଏକ ଟିମ୍‌ ଗଠନ ହେବା ଉଚିତ । ଏହି ଟିମ ଦ୍ୱାରା ତଥ୍ୟର ବିଶ୍ଳେଷଣ ହେବା ପରେ ଯାଇ ରିପୋର୍ଟ ପ୍ରକାଶ ହେଉ ବୋଲି ରାଜନ୍‌ କହିଥିଲେ ।

ଏହା ଉପରେ ମତ ଦେଇ ସୁବ୍ରମଣ୍ୟମ୍‌ କହିଛନ୍ତି ଯେ, ଋଣ ଅଭିବୃଦ୍ଧି ଅତ୍ୟନ୍ତ କମ୍‌ ଥିବା ସତ୍ତେ୍ୱ ଭାରତୀୟ ଅର୍ଥନୀତି ୭%ରୁ ଊଦ୍ଧ୍ୱର୍ ଅଭିବୃଦ୍ଧି ନେଇ ବଢ଼ୁଛି । ଏହି ଅଭିବୃଦ୍ଧି ହାର ଅନ୍ୟ କୌଣସି ରାଷ୍ଟ୍ରରେ ପରିଲକ୍ଷିତ ହେଉନାହିଁ । ଉଦାରୀକରଣ ପରଠାରୁ ଦେଶ ସର୍ବୋତ୍ତମ ଅଭିବୃଦ୍ଧି ହାସଲ କରିଥିବା ସୁବ୍ରମଣ୍ୟମ ଚେନ୍ନାଇରେ ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି । ଜିଏସ୍‌ଟି ଭାରତକୁ ଏକକ ବଜାରରେ ପରିଣତ କରିଛି । ୨୦୧୪-୧୫ରେ ମୁଦ୍ରାସ୍ଫୀତି ୧୦% ଥିବାବେଳେ ଗତ ୫ ବର୍ଷରେ ୪.୫%କୁ ଖସିଆସିଛି । ଏହା ସରକାରଙ୍କ ଏକ ବଡ଼ ସଫଳତା ବୋଲି କହିଛନ୍ତି ସିଇଏ । ସୂଚନାଯୋଗ୍ୟ, କିଛି ଦିନ ତଳେ ୧୦୮ ଜଣ ଅର୍ଥନୀତିଜ୍ଞ ଜିଡିପି ତଥ୍ୟକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ତଥ୍ୟରେ ରାଜନୈତିକ ହସ୍ତକ୍ଷେପ ରହୁଛି । ନିଜ ଇଚ୍ଛା ଅନୁସାରେ ତଥ୍ୟକୁ ସରକାର ସଂଶୋଧନ କରି ପ୍ରକାଶ କରୁଛନ୍ତି କିମ୍ବା ଅଟକାଇ ଦେଉଥିବା ଏମାନେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର