PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ଜୁଲାଇ ୫ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ !
  • ||
  • ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌, ଗର୍ଭଗୃହ ଓ ନାଟମଣ୍ଡପ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିବ ଟିମ୍‌
  • ||
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

‘କଲ୍‌ ମି ରାହୁଲ୍‌, ନଟ୍‌ ସାର୍‌’

source:zeenews.india.com

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମକୁ ବ୍ୟାପକ କରିଛି । ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଚେନ୍ନାଇର ଷ୍ଟେଲା ମାରିସ୍‌ କଲେଜ ଯାଇଥିଲେ । ସେଠାରେ ସେ ଛାତ୍ରୀମାନଙ୍କ ସହ କିଛି ସମୟ ଧରି ମତବିନିମୟ କରିଥିଲେ । ଛାତ୍ରୀମାନେ ତାଙ୍କୁ ଜଣକ ପରେ ଜଣେ ପ୍ରଶ୍ନ କରିଥିଲେ । କଳାରଙ୍ଗର ଟି-ସାର୍ଟ ଓ ଜିନ୍ସ ପିନ୍ଧି ବେଶ୍‌ ନିଆରା ଦିଶୁଥିବା ରାହୁଲ ହସି ହସି ସେମାନଙ୍କ ପ୍ରଶ୍ନର ଜବାବ ଦେଉଥିଲେ । ଏହି ସମୟରେ ଜଣେ ଛାତ୍ରୀ ତାଙ୍କୁ ‘ହାଏ ସାର୍‌’ ବୋଲି କହିଥିଲେ । କିନ୍ତୁ ତାଙ୍କ ମୁହଁରୁ ଏତିକି ଶୁଣିବା କ୍ଷଣି ରାହୁଲ ତାଙ୍କୁ ଅଟକାଇଥିଲେ । କହିଥିଲେ, ‘କଲ୍‌ ମି ରାହୁଲ୍‌, ନଟ୍‌ ସାର୍‌’ (ମୋତେ କେବଳ ରାହୁଲ ଡାକ, ସାର୍‌ ନୁହେଁ) । ରାହୁଲଙ୍କ ଠାରୁ ଏହା ଶୁଣିବା ପରେ ଆଜ୍ରା ନାମକ ଏହି କଲେଜ ଛାତ୍ରୀ ଜଣକ ଲାଜେଇ ଯାଇ ହସିବାକୁ ଲାଗିଥିଲେ । ଏ ନେଇ ଆଜ୍ରା କୁହନ୍ତି, ରାହୁଲ ସାର୍‌ ମୋତେ ଏଭଳି କହିବା ପରେ ମୁଁ ଡରିଯାଇଥିଲି । କିନ୍ତୁ ତାଙ୍କ ଚାପ ପରେ ତାଙ୍କୁ ରାହୁଲ ସାର୍‌ ବୋଲି ଡାକିଥିଲି । ଏହାପରେ ଖୁସି ନାମ୍ନୀ ଆଉ ଜଣେ ଛାତ୍ରୀ କଂଗ୍ରେସ ଅଧ୍ୟକ୍ଷଙ୍କୁ ରାହୁଲ ସାର୍‌ ବୋଲି ସମ୍ବୋଧନ କରିଥିଲେ । କିନ୍ତୁ ସାର୍‌ ଶବ୍ଦକୁ ହଟାଇବା ପାଇଁ ତାଙ୍କୁ ମଧ୍ୟ ରାହୁଲ ପରାମର୍ଶ ଦେଇଥିଲେ । ଏହି ସମୟରେ ଅନ୍ୟ ଛାତ୍ରୀମାନେ ତାଳିମାରି ରାହୁଲଙ୍କର ପ୍ରଶଂସା କରିଥିଲେ । ଏ ନେଇ ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଏହି କାର୍ଯ୍ୟକ୍ରମରେ ମୋଦି ନୋଟ୍‌ ବନ୍ଦୀ ବାବଦରେ ମତ ଦେବାକୁ ଛାତ୍ରୀମାନଙ୍କୁ କହିଥିଲେ । ଏହା ମୋଦି ସରକାରଙ୍କର ଏକ ଭଲ ପଦକ୍ଷେପ ଥିଲା କି ବୋଲି ରାହୁଲଙ୍କ ପ୍ରଶ୍ନର ଉତ୍ତରରେ ‘ନା’ ଆସିବା ପରେ ରାହୁଲ କହିଥିଲେ, ଏତେବଡ଼ ପଦକ୍ଷେପ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆପଣମାନଙ୍କ ନିକଟକୁ ଆସିବାର ଥିଲା । କିନ୍ତୁ ସେଭଳି ନକରି ମୋଦି ମନମୁଖି ଭାବେ ନୋଟ୍‌ ବନ୍ଦୀ ଘୋଷଣା କରିଦେଲେ ।

ସମ୍ବନ୍ଧିତ ଖବର