PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ପ୍ରଚାରରେ ପ୍ରହାର: ତେଲଙ୍ଗାନାରେ ରାହୁଲଙ୍କ ରଣହୁଙ୍କାର

source:http://totaltv.in

ଜହିରାବାଦ(ତେଲଙ୍ଗାନା),୧ା୪(ଏଜେନ୍ସି): ତେଲଙ୍ଗାନାରେ ବିଜେପି ଓ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ମଧ୍ୟରେ ଭିତିରିଆ ବୁଝାମଣା ହୋଇଛି । ତେଣୁ ଲୋକମାନେ ଟିଆର୍‌ଏସ୍‌କୁ ଭୋଟ୍‌ ଦେଲେ ଏହା ସିଧା ବିଜେପି ଖାତାକୁ ଚାଲିଯିବ । ବର୍ତ୍ତମାନ ପରିସ୍ଥିତିରେ ବିଜେପିକୁ ଗାଦିଚ୍ୟୁତ କରିବା ଜରୁରି ହୋଇପଡ଼ିଥିବାରୁ ଏହି ଦୁଇ ଦଳକୁ ଭୋଟ୍‌ ନଦେଇ ତେଲଙ୍ଗାନାବାସୀ କଂଗ୍ରେସକୁ ବାଛିବା ଆବଶ୍ୟକ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସୋମବାର ଏହା କହିଛନ୍ତି । ନିର୍ବାଚନ କାର୍ଯ୍ୟସୂଚି ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ତେଲଙ୍ଗାନା ଗସ୍ତ କରି ରାହୁଲ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି । ସେ କହିଛନ୍ତି, ବିଜେପି ଓ ଟିଆର୍‌ଏସ୍‌ ମଧ୍ୟରେ ବୁଝାମଣା ହୋଇଛି । ତେଣୁ ମୋଦିଙ୍କ ସହ ମୁକାବିଲା କରିବା ପାଇଁ କଂଗ୍ରେସ ହିଁ ଯଥେଷ୍ଟ ।

କଂଗ୍ରେସ ବିଜେପିକୁ ହରାଇ ପାରିବ । ନିଯୁକ୍ତି ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ୍‌ କରି ରାହୁଲ କହିଛନ୍ତି, ପ୍ରତି ୨୪ ଘଣ୍ଟାରେ ୫୦,୦୦୦ ଚାକିରି ସୃଷ୍ଟି କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । କିନ୍ତୁ ପ୍ରତି ୨୪ ଘଣ୍ଟାରେ ସେ ୨୭,୦୦୦ ଚାକିରି ଛଡ଼ାଇ ନେଇଗଲେ । ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି ପାଇଁ ସେ କଥା
ଦେଇଥିଲେ । କିନ୍ତୁ ତାହା ପାଳନ କଲେନାହିଁ । ଗତ ୪୫ ବର୍ଷ ମଧ୍ୟରେ ଦେଶର ବେକାରୀ ହାର ସର୍ବାଧିକ ସ୍ତର ଛୁଇଁଛି । ମୋଦିଙ୍କ ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଏହି ସମସ୍ୟା ଉତ୍କଟ ହୋଇଛି । ରାହୁଲ ଆଜି ପୁଣି ପ୍ରତିଶୃତିର ପେଡ଼ି ଖୋଲି କହିଛନ୍ତି, ସାଧାରଣ ନିର୍ବାଚନରେ ୟୁପିଏ ଯଦି କ୍ଷମତାକୁ ଆସେ, ଶିକ୍ଷା ପାଇଁ
ଜିଡିପି (ମୋଟ ଘରୋଇ ଉତ୍ପାଦ)ର ୬% ଖର୍ଚ୍ଚ କରାଯିବ । ନୂଆ କଲେଜ, ୟୁନିଭର୍ସିଟି ଖୋଲାଯିବ ଏବଂ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ଯୋଗାଇ ଦିଆଯିବ ।

ଟିଆର୍‌ଏସ୍‌କୁ ସମାଲୋଚନା କରି ରାହୁଲ କହିଛନ୍ତି, ବିଜେପି ସହିତ ଏହା ଭିତିରିଆ ଭାବେ ହାତ ମିଳାଇବା ପରେ ମୋଦିଙ୍କ ବିରୋଧରେ କେସିଆର୍‌ ପାଟି ଖୋଲୁନାହାନ୍ତି । ମୋଦି ତେଲେଙ୍ଗାନାରୁ ସମର୍ଥନ ପାଇଁ କେସିଆର୍‌ଙ୍କ ସହ ହାତ ମିଳାଇଛନ୍ତି । ତେଣୁ ମୋଦିଙ୍କ ସହ କଂଗ୍ରେସ ଏକାକୀ ମୁକାବିଲା କରିବ । ମୋଦିଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ କେବଳ ୧୫ରୁ ୨୦ ଧନୀ ଲୋକଙ୍କ ପାଇଁ କାମ କରିଛନ୍ତି । ସେମାନଙ୍କ ୩.୫ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି । ମୋଦିଙ୍କ ଯୋଗୁ ଦେଶରେ କେବଳ ଘୃଣା ବ୍ୟାପୁଛି । ସେ ଲୋକମାନଙ୍କୁ କେବଳ ମିଥ୍ୟା ପ୍ରତିଶୃତି ଦେଉଥିବା ରାହୁଲ କହିଛନ୍ତି ।