ଭୁବନେଶ୍ୱର, ୩୦ ।୧ (ବ୍ୟୁରୋ): ଫେବ୍ରୁଆରୀ ୬ ତାରିଖରେ ପୁଣି ଓଡ଼ିଶା ଆସିବେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ । ଦଳର ଫୋକସ୍ରେ ରହିବ ଓଡ଼ିଶା । ରାହୁଲ ଓଡ଼ିଶାରୁ ଗତ ୨୫ ତାରିଖରେ ୨୦୧୯ର ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବେଳେ ପୁଣି ୬ ତାରିଖରେ ୨ଟି ସମାବେଶରେ ଯୋଗ ଦେବେ । ଏଥର ଉପକୂଳ ଓଡ଼ିଶାକୁ ନଆସି ପଶ୍ଚିମ ଓଡ଼ିଶାର ୨ଟି ସ୍ଥାନରେ ସମାବେଶରେ ଉଦ୍ବୋଧନ ଦେବେ ବୋଲି ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଦିନ ୧୧ଟା ବେଳେ ଓ ଅପରାହ୍ନ ୨ଟାରେ ରାଉରକେଲାରେ ରାହୁଲ ସମାବେଶରେ ସମ୍ବୋଧିତ କରିବେ ବୋଲି ଜଣାପଡିଛି । ବିଜେପିର ସଭାପତି ଅମିତ୍ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡ଼ିଶା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ତା’ର କଡା ଟକର୍ ଦେବ କଂଗ୍ରେସ । ଏଣିକି ରାହୁଲ ପ୍ରତି ମାସ ଓଡ଼ିଶା ଆସିବା ସହିତ ଆଗାମୀ ଦିନରେ ପ୍ରିୟଙ୍କା ଗାନ୍ଧୀଙ୍କର ମଧ୍ୟ କାର୍ଯ୍ୟକ୍ରମ ରହିବ ବୋଲି ଦଳୀୟ ନେତା କହିଛନ୍ତି ।

ଛତିଶଗଡ଼ରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହ ହ...