ନିଜ ଦେଶ ଭାରତକୁ ପାକିସ୍ତାନ ସହ ତୁଳନା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କହିଲେ ପ୍ରଧାନମନ୍ତ୍ରୀ ମୋଦି କାହା କଥା ଶୁଣନ୍ତି ନାହିଁ…

pic- internet
ନୂଆଦିଲ୍ଲୀ: ନିଜ ଦେଶ ଭାରତକୁ ପାକିସ୍ତାନ ସହ ତୁଳନା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହା କଥା ଶୁଣନ୍ତି ନାହିଁ । ସାମ୍ବିଧାନିକ ସଂସ୍ଥା ଉପରେ କ୍ରମାଗତ ଭାବେ ଆକ୍ରମଣ ବଢୁଥିବାରୁ ଦେଶର ଗଣତନ୍ତ୍ର ବିପଦରେ ରହିଛି ।
ତେବେ ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ଏହି ବିବୃତ୍ତି ଏବେ ସାମ୍ନାକୁ ଆସିଛି । ଯେଉଁଠାରେ ସେ ଶ୍ରୀଲଙ୍କା ବ୍ୟତୀତ ଭାରତକୁ ପାକିସ୍ତାନ ସହ ତୁଳନା କରିଥିଲେ । ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ‘ଆଇଡିଆ ଫର ଇଣ୍ଡିଆ’ କନକ୍ଲେଭରେ ଏକ ବିବୃତ୍ତି ଦେଇ ରାହୁଲ କହିଛନ୍ତି ଯେ ଭାରତର ଗଣମାଧ୍ୟମ ଏକ ପାଖିଆ ହୋଇ କାମ କରୁଛି ।
ତେବେ ରାହୁଲ ଗାନ୍ଧୀ ଏଠାରେ ଏତିକିରେ ଅଟକି ନାହାଁନ୍ତି । ଆହୁରି ମଧ୍ୟ ସେ ଏହା ମଧ୍ୟ କହିଛନ୍ତି ଯେ, ‘ବିଜେପି ସାରା ଦେଶରେ କିରୋସିନି ବିସ୍ତାର କରିଛି । ଏଥର ରାଜ୍ୟଗୁଡିକର କ୍ଷମତା ହ୍ରାସ କରିବା ପାଇଁ ଇଡି, ସିବିଆଇ ବହୁଳ ଭାବରେ ବ୍ୟବହୃତ ହେଉଛି । ଏକ ଆଦର୍ଶ ଭାରତର ସ୍ୱରକୁ ଭାଙ୍ଗି ଦେଇଛି । ବର୍ତ୍ତମାନ ଏହା ଏକ ଜାତୀୟ ଆଦର୍ଶଗତ ଲଢେଇରେ ପରିଣତ ହୋଇଛି । ଦେଶର ଗଣମାଧ୍ୟମ ଠିକ୍ ନୁହେଁ, ଏହା ମଧ୍ୟ ଗୋଟିଏ ପାର୍ଶ୍ୱରେ ଠିଆ ହୋଇ ଏକପାଖିଆ ଆଚରଣ କରୁଛି । ଚୀନ୍ ସହ ଭାରତର ତିକ୍ତତା ସମ୍ପର୍କରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଲଦାଖରେ ୟୁକ୍ରେନ ପରି ପରିସ୍ଥିତି ଅଛି । ଚୀନ୍ ସୀମାରେ ବିକାଶ କରୁଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ର ନାମ ମଧ୍ୟ ନେଉନାହାଁନ୍ତି ।