PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ଜୟପୁର ମହିଳା ସମାବେଶରେ ରାହୁଲ, କହିଲେ କଂଗ୍ରେସ ଆସିଲେ ମହିଳାଙ୍କ ପାଇଁ ଆସିବ ସ୍ୱତନ୍ତ୍ର ଆଇନ୍

କୋରାପୁଟ ୮/୩:  ଓଡିଶା ଗସ୍ତରେ ଆସି କୋରାପୁଟ ଜିଲ୍ଲା ଜୟପୁରରେ ପହଞ୍ଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମହିଳା ସମାବେଶରେ ଯୋଗଦେଇ ଆନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇବା ସହ ଉଦବୋଧନ ଦେଇଛନ୍ତି ରାହୁଲ । ପୁଣି ଦୋହରାଇଲେ ଓଡିଶା ଗରିବ ନୁହେଁ, ଓଡିଶାର ଲୋକମାନେ ଗରିବ । ପ୍ରଧାନମନ୍ତ୍ରୀଙ୍କୁ ମଧ୍ଯ ଟାର୍ଗେଟ୍ କରିବାକୁ ଭୁଲି ନାହାନ୍ତି ରାହୁଲ ।

ସମାବେଶରେ ମହିଳାଙ୍କ ସଶକ୍ତିକରଣ କଥା କହିଛନ୍ତି କଂଗ୍ରେସ ଅଧ୍ଯକ୍ଷ । କଂଗ୍ରେସ ଆସିଲେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଆଇନ୍ ହେବ । ଅଧିକ ମହିଳାଙ୍କୁ ଶାସନ କାର୍ଯ୍ଯରେ ସାମିଲ କରାଯିବ ବୋଲି କହିଛନ୍ତି ।

ଆହୁରି କହିଛନ୍ତି ପ୍ରତିଦିନ ୮ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ପୀଡିତାଙ୍କ ନ୍ୟାୟ ମିଳିବା ସମ୍ଭବ ହେଉନି । ଏନେଇ ମଧ୍ଯ ପଦକ୍ଷେପ ନିଆଯିବ । ମହିଳା ସଶକ୍ତିକରଣ ପାଇଁ ମାଗଣା ଶିକ୍ଷା ଅପରିହାର୍ଯ୍ଯ । ପୂର୍ବଥର ଭଳି ରାହୁଲ କହିଛନ୍ତି ଯେ ଓଡିଶା ଗରିବ ନୁହେଁ । ଓଡିଶାର ଲୋକମାନେ ଗରିବ । ଏଥିପାଇଁ ଶାସନ ବ୍ଯବସ୍ଥା ଦାୟୀ । କେବଳ କଂଗ୍ରେସ ହିଁ ଉତ୍ତମ ଶାସନ ବ୍ୟବସ୍ଥା ଆଣିପାରିବ ।

ସମାବେଶରେ ଛାତ୍ରୀ ଓ ମହିଳାଙ୍କ  ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ରାହୁଲ । ପ୍ରଶ୍ନର ଉତ୍ତର ଦେଇ ଓଡିଶା ମନ୍ତ୍ରୀମଣ୍ଡଳରେ ମାତ୍ର ୨ଜଣ ମହିଳା ମନ୍ତ୍ରୀ ଅଛନ୍ତି ବୋଲି କ୍ଷୋଭ କରିଛନ୍ତି । ଆମ ସରକାର ଆସିଲେ ମହିଳା ସଂରକ୍ଷଣ ବିଲ୍ ଆସିବ । ଆଦିବାସୀ ମହିଳାଙ୍କୁ ମାଗଣାରେ ଉଚ୍ଚଶିକ୍ଷା ମିଳିବ ବୋଲି କହିଛନ୍ତି ।

ଆଉ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ରାହୁଲ ଗାନ୍ଧି ରାଫେଲ୍ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି । ଦେଶବାସୀଙ୍କ ଟଙ୍କାକୁ ପ୍ରଧାନମନ୍ତ୍ରୀ ଅମ୍ବାନୀଙ୍କ ଭଳି ବ୍ୟବସାୟୀଙ୍କୁ ଦେଇ ଦେଉଛନ୍ତି । ତେଣୁ ଏଭଳି ଦୁନର୍ନୀତିଗ୍ରସ୍ତ ସରକାରକୁ କ୍ଷମତାରୁ ହଟାଇବା ଆମ ସମସ୍ତଙ୍କ କାମ ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ମୋଦି କେବଳ କହୁଛନ୍ତି କିଛି କରୁନାହାନ୍ତି । ଆଜିର ପ୍ରଧାନମନ୍ତ୍ରୀ ବହୁତ ମିଛ କହୁଛନ୍ତି । ଆଜି ପର୍ଯ୍ୟନ୍ତ ଯେତେ ପ୍ରଧାନମନ୍ତ୍ରୀ ଆସିଥିଲେ ଯଦି ସମସ୍ତଙ୍କ ମିଛକୁ ଏକାଠି କରାହେବ ତେବେ ବି ତାହା ମୋଦିଙ୍କ ମିଛଠାରୁ କମ୍ ହେବ ବୋଲି କହିଛନ୍ତି ରାହୁଲ ।