ନୂଆଦିଲ୍ଲୀ,୧୯/୮ : ବିହାରରେ ଭୋଟର ଅଧିକାର ଯାତ୍ରା ସମୟରେ ଅଘଟଣ । ରାହୁଲ ଗାନ୍ଧୀଙ୍କ ଗାଡ଼ି ତଳେ ପଡ଼ିଗଲେ ଯବାନ । ସୁରକ୍ଷାରେ ଥିବା ଜନୈକ ପୋଲିସ କର୍ମୀ ଯାତ୍ରା ସମୟରେ ଗାଡ଼ି ତଳେ ପଡ଼ିଯାଇଥିଲେ । ପରେ ସେଠାରେ ଉପସ୍ଥିତ ଅନ୍ୟ ସୁରକ୍ଷାକର୍ମୀ ତାଙ୍କୁ ସେଠାରୁ ଟାଣି ବାହାରକୁ ବାହାର କଲେ । ରାହୁଲ ଗାନ୍ଧୀ ବି ତାଙ୍କ ବିଷୟରେ ପଚାରି ବୁଝିଥିଲେ ।
ରାହୁଲଙ୍କ ଯାତ୍ରା ନବାଦ ହୋଇ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ଭାରି ଭିଡ଼କୁ ସମ୍ଭାଳୁ ଥିବା ପୋଲିସ କର୍ମୀଙ୍କ ଗୋଡ଼ ଗାଡ଼ି ଆଗ ଚକ ତଳେ ଆସିଯାଇଥିଲା । ଯାହା ଉପରେ ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତା ଥିଲେ । ଉକ୍ତ ପୋଲିସ କର୍ମୀଙ୍କୁ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଟାଣି ବାହାର କରିଥିଲେ ।
ରାହୁଲ ଗାନ୍ଧୀ ଏହି ଦୃଶ୍ୟ ଦେଖିବା ପରେ ପୋଲିସ କର୍ମୀଙ୍କ ଲାଗି ପାଣି ବୋତଲ ଦେଇଥିଲେ । ରାହୁଲଙ୍କ ଇଶାରା ପରେ ସୁରକ୍ଷାକର୍ମୀ ଆହତ ପୋଲିସ କର୍ମୀଙ୍କୁ ତାଙ୍କ ପାଖକୁ ଆଣିଥିଲେ । ରାହୁଲ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଏବଂ ଉଚିତ ଦେଖାରଖା କରିବାର ନିର୍ଦେଶ ଦେଇଥିଲେ ।