ପ୍ରମୁଖ ଖବର
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ଆମେଥିରୁ ପରାଜୟ ସ୍ବୀକାର କଲେ ରାହୁଲ ଗାନ୍ଧି, ସ୍ମୃତି ଇରାନୀଙ୍କୁ ଜଣାଇଲେ ଅଭିନନ୍ଦନ

ନୂଆଦଲ୍ଲୀ,୨୩।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲୋକସଭା ନିର୍ବାଚନର ଫଳାଫଳ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଆମେଥି ଲୋକସଭା ଆସନରୁ ନିଜର ପରାଜୟ ମାନିନେଇଛନ୍ତି। ରାହୁଲ ଆମେଥିରୁ ନିଜର ପରାଜୟ ଗ୍ରହର କରିବା ସହ ସ୍ମୃତି ଇରାନୀଙ୍କ ବିଜୟ ନେଇ ଅଭିନନ୍ଦନ ଜଣାଇଥିଲେ। ସବୁଠାରୁ ଖାସ୍ କଥା ହେଉଛି ଯେ, ଆମେଥି ଆସନରୁ ହାରିବା-ଜିତିବାର ଓୗପଚାରିକ ଘୋଷଣା ପୂର୍ବରୁ ରାହୁଲ ଗାନ୍ଧି ନିଜେ ହିଁ ପରାଜୟ ମାନିନେଇଛନ୍ତି। ରାହୁଲ ଆମେଥି ଳୋକସଭା ଆସନରୁ ସ୍ମୃତି ଇରାନୀଙ୍କ ଠାରୁ ଖୁବ୍ ପଛରେ ଚାଲିଛନ୍ତି। ଯଦିଓ ସେ ଓ୍ବାଇନାଡ ଆସନରେ ଆଗରେ ଚାଲିଛନ୍ତି। ଏହା ପୂର୍ବରୁ ଲୋକସଭା ନିର୍ବାଚନର ଫଳାଫଳରେ ବିଜେପିକୁ ପ୍ରବଳ ବିଜୟ ମିଳିବା ନେଇ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନନ୍ଦନ ଜଣାଇବା ସହ ରାହୁଲ କହିଛନ୍ତି ଆମର ଲଢେଇ ବିଚାରଧାରାର।

ଏଠାରେ ଉଲ୍ଲେଖନୀୟ ଯେ, ଆମେଥି କଂଗ୍ରେସ ପରିବାରର ପରମ୍ପରାଗତ ଆସନରେ ରହିଛି। ଆମେଥି ଲୋକସଭା ଆସନରେ ଥିବା ସାଂସଦ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରହିଛନ୍ତି। ଗତ ଥର ଭଳି ଏଥର ମଧ୍ୟ ରାହୁଲଙ୍କ ମୁକାବିଲା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହିତ ରହିଛି। ବିଜେପି ପୁଣିଥରେ ସ୍ମୃତିଙ୍କୁ ରାହୁଲ ଗାନ୍ଧିଙ୍କ ବିରୋଧରେ ନିର୍ବାଚନୀ ମୈଦାନକୁ ଆଣିଥିଲା। ଯଦିଓ ଗତ ଥର ସ୍ମୃତି ପରାଜିତ ହୋଇଥିଲେ କିନ୍ତୁ ଏଥର ବିଜୟୀ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.