PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ବିବାଦୀୟ ବୟାନ ଦେଇ ପୁଣି ଅଡ଼ୁଆରେ ରାହୁଲ ଗାନ୍ଧୀ; ଆର୍‌ଏସ୍‌ଏସ୍‌କୁ କହିଲେ ‘ଏକବିଂଶ ଶତାବ୍ଦୀର କୌରବ’

Image Courtesy: PTI

ନୂଆଦିଲ୍ଲୀ,୩୧/୦୩: ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ କମିବା ପରି ମନେ ହେଉନାହିଁ। ମୋଦୀଙ୍କ ଉପନାମ ସମ୍ପର୍କରେ ଦିଆଯାଇଥିବା ବିବୃତ୍ତିକୁ ନେଇ ଉତ୍ତେଜନା ଏପର୍ଯ୍ୟନ୍ତ ଥମିନ‌ଥିବା ବେଳେ ସେପଟେ ଆଉ ଏକ ବିବାଦୀୟ ବିବୃତ୍ତି ରାହୁଲଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି। ଭାରତ ଯୋଡ଼ୋ ଯାତ୍ରା ସମୟରେ ସେ ଏହି ବିବୃତ୍ତି ଦେଇଥିଲେ। ତାଙ୍କ ବିବୃତ୍ତି ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଛି। ସୂଚନାଥାଉକି, ଜାନୁଆରୀରେ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ସ୍ବୟମ୍ ସେବକ ସଂଘକୁ କୌରବଙ୍କ ସହ ତୁଳନା କରି ଏହାକୁ ଏକବିଂଶ ଶତାବ୍ଦୀର କୌରବ ବୋଲି ବିବେଚନା କରିଥିଲେ। ତେବେ ଏହି ବିବାଦୀୟ ବୟାନ ପରେ ତାଙ୍କ ବିରୁଦ୍ଧରେ ହରିଦ୍ୱାର କୋର୍ଟରେ ମାନହାନୀ ମାମଲା ରୁଜୁ ହୋଇଛି।

ତେବେ ତମାମ ଅଭିଯୋଗ ଓକିଲ ଅରୁଣ ଭଦୋରିଆଙ୍କ ପକ୍ଷରୁ ଦାଖଲ କରାଯାଇଛି। ଓକିଲ ଭଦୋରିଆ ଜଣେ ଆରଏସ୍‌ଏସ୍‌ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରନ୍ତି। ଏପ୍ରିଲ ୧୨ ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ଆଇପିସିର ଧାରା ୪୯୯ ଏବଂ ୫୦୦ ଅନୁଯାୟୀ ପଞ୍ଜିକୃତ ହୋଇଛି।

‘ଣ ଥିଲା ରାହୁଲ ଗାନ୍ଧୀଙ୍କ ବୟାନ:

ରାହୁଲ ଗାନ୍ଧୀ ଏହି ବୟାନ କୁରୁକ୍ଷେତ୍ରରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ଦେଇଥିଲେ। ରାହୁଲ ଗାନ୍ଧୀ ଆରଏସଏସର ତୁଳନା ଏକବିଂଶ ଶତାବ୍ଦୀର କୌରବଙ୍କ ସହିତ କରିଥିଲେ। ସେ କହିଥିଲେ ଯେ, ‘ଏକବିଂଶ ଶତାବ୍ଦିର କୌରବମାନେ ଅଧା ଖାକି ପ୍ୟାଣ୍ଟ ପିନ୍ଧନ୍ତି, ହାତରେ ବାଡ଼ି ଠିଆ ହୁଅନ୍ତି ଓ ନୂଆ ନୂଆ ଶାଖା ଖୋଲନ୍ତି। ତାଙ୍କ ସହ ୨-୩ଜଣ ବିଲିୟନେୟାର ଠିଆ ହୋଇଛନ୍ତି। ସୂଚନା ଅନୁଯାୟୀ, ଜାନୁଆରୀ ୧୧ ରେ ରାହୁଲ ଗାନ୍ଧୀଙ୍କୁ ଏକ ଆଇନଗତ ନୋଟିସ ପଠାଯାଇଥିଲା, ଯାହାକୁ ନେଇ ସେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଓକିଲ ଭଦୋରିଆ ଏହି ନୋଟିସ ପଠାଇଛନ୍ତି।

ତେବେ ୨୦୧୯ ମସିହାରେ ମୋଦୀ ଉପନାମ ସମ୍ପର୍କିତ ବିବାଦୀୟ ବିବୃତ୍ତିରେ ମାନହାନୀ ମକଦ୍ଦମାରେ ରାହୁଲଙ୍କୁ ୨ ବର୍ଷ ଦଣ୍ଡିତ ହେବା ପରେ ଏହି ଖବର ସାମ୍ନାକୁ ଆସିଛି। ଏହା ପରେ ଲୋକସଭାରୁ ତାଙ୍କ ସଦସ୍ୟତା ମଧ୍ୟ ବାତିଲ କରାଯାଇଥିଲା। ୨୦୧୯ ରେ ଲୋକସଭା ନିର୍ବାଚନ ସମୟରେ ସେ ଏହି ବିବୃତ୍ତି ଦେଇଥିଲେ। ଏଥିରେ ସେ ‘ସବୁ ମୋଦୀ ସଜ୍ଞାଧାର ଚୋର’ ବୋଲି ସମ୍ବୋଧନ କରି ବିବାଦଘେରକୁ ଆସିଥିଲେ।

.