ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଭୁବନେଶ୍ୱରରେ ରାହୁଲ ଗାନ୍ଧୀ: ଟାଉନ୍‌ ହଲ୍‌ କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରଶ୍ନର ରଖିଲେ ଜବାବ, କହିଲେ ବିଜେପି ଓ ବିଜେଡ଼ିର ମଡ଼େଲ ସମାନ

ଭୁବନେଶ୍ୱର,୨୫ା୧: ଜାତୀୟ କଂଗ୍ରେସ ସଭାପତି ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଜି ସକାଳେ ଭୁବନେଶ୍ୱର ପହଂଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଓ ବରିଷ୍ଠ ନେତା ଶ୍ରୀ ଗାନ୍ଧୀକୁ ସ୍ୱାଗତ କରିବା ସହିତ ପାଇକ ଆଖଡ଼ା ଶୋଭାଯାତ୍ରାରେ ବିମାବନ୍ଦର ବାହାରକୁ ଆଣିଛନ୍ତି ।
ବିମାନବନ୍ଦରର ଶ୍ରୀ ଗାନ୍ଧୀଙ୍କ ସ୍ୱତନ୍ତ୍ର ବିମାନ ପହଂଚିବା ପରେ ବିମାନବନ୍ଦରରେ ତାଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝି, ବିରୋ%ୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପିସିସି ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବି%ାୟକ ତାରା ପ୍ରସାଦ ବାହିନୀପତି ରାମଚନ୍ଦ୍ର ଖୁଂଟିଆ, ରଞ୍ଜୀବ ବିଶ୍ୱାଳ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି । ଏହାପରେ ରାହୁଲ ହୋଟେଲ ମେ ଫେୟାରରେ ପହଂଚି ଟାଉନ୍‌ ହଲ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ପ୍ରତିଷ୍ଠିତ ବ୍ୟକ୍ତି, ଛାତ୍ର ଯୁବବର୍ଗ ଯୋଗ ଦେଇଥିଲେ । ଏହି ଅବସରରେ କଂଗ୍ରେସ କ୍ଷମତାକୁ ଆସିଲେ ମଧ୍ୟବିତ ଣ୍ରେଣୀର ଲୋକଙ୍କ ପାଇଁ କଣ କରିବ ବୋଲି ଏକ ପ୍ରଶ୍ନ ରହିଥିଲା । ଉତରରେ ଶ୍ରୀ ଗାନ୍ଧୀ କହିଛନ୍ତି, ମଧ୍ୟବିତ ଶ୍ରେଣୀର ଲୋକଙ୍କ ପାଇଁ କଂଗ୍ରେସ କାମ କରିଛି । ୧୯୯୦-୨୦୧୪ ମଧ୍ୟରେ ଯେବେବି କଂଗ୍ରେସ କ୍ଷମତାକୁ ଆସିଛି ଦେଶର ମଧ୍ୟବିତ ଶ୍ରେଣୀ ଲୋକଙ୍କ ପାଇଁ କାମ କରିଛି । ଆଗକୁ ବି କରିବ । ସେଥିରୁ ଉଦାରୀକରଣ ବ୍ୟବସ୍ଥା ଅତ୍ୟତମ । କଂଗ୍ରେସ କ୍ଷମତାକୁ ଆସିଲେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେବା ସହିତ ଏହା କିଭଳି ମଧ୍ୟବିତ ଶ୍ରେଣୀ ପାଇଁ ସୁଲଭ ହୋଇପାରିବ ତା ଉପରେ ଧ୍ୟାନ ଦେବ ।
କେବଳ ଏତିକି ନୁହେଁ, ରାହୁଲ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ବୋଲି ଏହି କଥା ବି ସ୍ପଷ୍ଟ ହୋଇଛି । ମୋଦି ଦେଶର ୩୦ହଜାର କୋଟି ଟଙ୍କା ଆତ୍ମସାତ୍ମ୍‌ କରିଛନ୍ତି ବୋଲି ଏକଥା କହିଛନ୍ତି । ବିଜେପିକୁ ନିୟନ୍ତ୍ରଣ କରୁଛି ଆର୍‌ଏସ୍‌ଏସ୍‌ । ଆର୍‌ଏସ୍‌ଏସ୍‌ ଆଦର୍ଶରେ କାର୍ଯ୍ୟ କରୁଛନ୍ତି ସରକାର । ଅନୀଲ ଅମ୍ବାନୀ ଭଳି ଲୋକଙ୍କ ପାଇଁ ଏ ସରକାର କାମ କରୁଛି ବୋଲି ରାହୁଲ କହିଛନ୍ତି । ଏହି ସରକାର ସମୟରେ ୯ହଜାର କୋଟି ଟଙ୍କା ବିଜୟ ମାଲ୍ୟା ହଡ଼ପ କରିଛନ୍ତି । ବିଜେପି ଓ ବିଜେଡ଼ି ମଡ଼େଲ ସମାନ । ବ୍ୟୁରୋକ୍ରାଟଙ୍କ ଦ୍ୱାରା ଏସବୁ ଦଳ ପରିଚାଳିତ । ଚାଷୀ ଦେଶର ମେରୁଦଣ୍ଡ । କିନ୍ତୁ ସେମାନଙ୍କ ପାଇଁ ଏ ସରକାର କିଛି କରିନାହାନ୍ତି ବୋଲି ବିଭିନ୍ନ ପ୍ରଶ୍ନରେ ଉତର ରଖିଛନ୍ତି ରାହୁଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.