PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଏଥର ଦୁଇଟି ଆସନରୁ ରାହୁଲ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା, ଜାଣନ୍ତୁ ଆମେଥି ପରେ ଆଉ କେଉଁଠି?

ନୂଆଦିଲ୍ଲୀ,୧୫।୩: ଆମେଥି ନିର୍ବାଚନ ମଣ୍ଡଳୀରୁ ୩ଥର ସାଂସଦ ହୋଇ ସାରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏଥର ଆଉ ଏକ ଆସନରୁ ନିର୍ବାଚନ ଲଢିପାରନ୍ତି। ଚଳିତ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀ ୨ଟି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ଚର୍ଚ୍ଚା ହେଉଛି। ଦକ୍ଷିଣ ଭାରତର କୌଣସି ରାଜ୍ୟରୁ ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ିବା ପାଇଁ ଦଳ ଭିତରୁ ଦାବି ହୋଇଆସୁଛି। ତେବେ ଦଳ କିମ୍ବା କଂଗ୍ରେସ ଅଧ୍ୟକ୍ଷ ନିଜେ କିଛି ଏ ବାବଦରେ ପ୍ରତିକ୍ରିୟା ରଖିନାହାନ୍ତି। ଦକ୍ଷିଣ ଭାରତରେ ନିର୍ବାଚନ ଲଢିବା ଚର୍ଚ୍ଚା ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ରାହୁଲ ମହାରାଷ୍ଟ୍ରର ନାନ୍ଦେଡରୁ କିମ୍ବା ମଧ୍ୟପ୍ରଦେଶର କୌଣସି ସଂରକ୍ଷିତ ଆସନରୁ ଲୋକସଭା ନିର୍ବାଚନ ଲଢିପାରନ୍ତି

ରାହୁଲ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ। ଉଭୟ ଆସନରୁ ଜିତିବା ପରେ ଗୁଜରାଟ ଭଦୋଦରା ଆସନ ଛାଡ଼ିଦେଇ ଥିଲେ। ତେବେ ଚଳିତଥର କେବଳ ଉତ୍ତର ପ୍ରଦେଶ ବାରଣାସୀରୁ ମୋଦି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର