ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂସଦର ବିଶେଷ ଅଧିବେଶନ ବେଳେ ମହିଳା ସଂରକ୍ଷଣ ଓ ‘ଡିଲିମିଟେସନ’ ଉପରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ମହିଳାମାନେ ଆମର ରାଷ୍ଟ୍ରୀୟ ବିଚାରର ଏକ ପ୍ରେରଣାଦାୟୀ ଶକ୍ତି। ଆମେ ସମସ୍ତେ ନିଜ ନିଜର ଜୀବନରେ ମହିଳାଙ୍କ ଦ୍ୱାରା ପ୍ରଭାବିତ ହୋଇଛୁ, ସେ ବହୁତ କିଛି ଶିଖିଛନ୍ତି ଏବଂ ଜାଣିଛନ୍ତି। ଏହି ସମୟରେ , ରାହୁଲ ଗାନ୍ଧୀ ପିଲାଦିନର ଏକ କଥା ଶୁଣାଇ ଥିଲେ ଏବଂ କହି ଥିଲେ ଯେ ,କେମିତି ସେ ଅନ୍ଧକାରକୁ ବହୁତ ଡ଼ରୁ ଥିଲେ ଏବଂ ତାଙ୍କର ଜେଜେମାଆ ଇନ୍ଦିରା ଗାନ୍ଧୀ ତାଙ୍କୁ ଅନ୍ଧକାରରେ ଛାଡ଼ି ଦେଇ ଥିଲେ ଏବଂ ଏହି ଘଟଣାର ଉଲ୍ଲେଖ କରି ସେ କହିଥିଲେ , ମୁଁ ବହୁତ ଡ଼ରି ଯାଇଥିଲି।

ରାହୁଲ ଗାନ୍ଧୀ କଥା ଶୁଣାଇ କହିଥିଲେ ଯେ, ଯେତେବେଳେ ମୁଁ ଛୋଟ ପିଲା ଥିଲି, ସେତେବେଳେ ଅନ୍ଧାରକୁ ବହୁତ ଡ଼ରୁ ଥିଲି। ଆମର ଗୋଟିଏ କୁକୁର ଥିଲା, ଯିଏକି ମୋ ଉପରେ ଓ ଭଉଣୀ ଉପରେ ଆକ୍ରମଣ କରୁଥିଲା। ଯେଉଁଥି ପାଇଁ ଆମେ ଅନ୍ଧାରରେ ଗାର୍ଡେନକୁ ଯିବାକୁ ଡ଼ରୁ ଥିଲୁ। ଦିନେ ମୋ ପିତାମାତା ଡିନର ପାଇଁ ଯାଇଥିଲେ। ଏହି ସମୟରେ ମୋର ଜେଜେମାଆ ମୋତେ ସାଥିରେ ନେଇ ଏକ ଅନ୍ଧାରୁଆ ଗାର୍ଡେନରେ ମୋତେ ଛାଡ଼ି ଦେଲେ। ତାପରେ ସେ ସେଠାରୁ ପଳାଇଲେ। ମୁଁ ଖୁବ୍‌ ଦୂରରୁ ତାଙ୍କର ଶାଢୀକୁ ଦେଖି ପାରୁଥିଲି। କିନ୍ତୁ ଅନ୍ଧାରରେ ଖୁବ୍‌ ଡ଼ରି ଯାଇଥିଲି। ମୋତେ ଲାଗିଲା ଯେ, ଆଜି ମୁଁ ଗଲି। ମୋର ଏତେ ସାହସ ନଥିଲା ଯେ, ମୁଁ ନିଜର ଜେଜେମାଆଙ୍କୁ କହି ପାରିବି , ଏଠାରେ ରହିବା ଉଚିତ୍‌ ନୁହେଁ।

ସେ ଆହୁରି କହିଥିଲେ – ସେହି ପୂରା ଘଟଣା ଦୁଇରୁ ତିନି ମିନିଟର ଥିଲା , କିନ୍ତୁ ମୋ ପାଇଁ ଦୁଇ ଘଣ୍ଟା ପରି ସମାନ ଥିଲା। ପୁଣି ମୁଁ ଦେଖିଲି ଯେ, ମୋର ଜେଜେମାଆ ଆସୁଛନ୍ତି। ସେ ପଚାରି ଥିଲେ ମୁଁ କେଉଁ କଥାକୁ ନେଇ ଡ଼ରୁ ଖିଲି। ମୁଁ କହିଲି ସେ ଡଗ୍‌କୁ ଡ଼ରୁଥିଲ, ଯାହା ବିଷୟରେ ଜଣା ବି ନାହିଁ ସ ସେ ଆସି କାମୁଡ଼ିବ ବୋଲି। ମୋତେ ସେହି ଜିନିଷ ଗୁଡ଼ିକୁ ମଧ୍ୟ ଡ଼ର ଲାଗୁଥିଲା, ଯାହା ସେଠାରେ ହିଁ ନଥିଲା। ଏହା ଉପରେ ଜେଜେମାଆ କହିଥିଲେ ,ତୁମକୁ ଅନ୍ଧାରରେ କିମ୍ୱା ଅନ୍ୟ ଜିନିଷରେ ଡ଼ର ଲାଗୁ ନଥିଲା , ଡ଼ର ତ ବାସ୍ତବରେ ତୁମର ମନ ଭିତରେ ଥିଲା।

ରାହୁଲ କହିଥିଲେ , ଜେଜେମାଆ ମୋତେ କହିଥିଲେ ଯେ, ତୁମକୁ ଅନ୍ଧାରକୁ ଭୟ କରିବା ଉଚିତ ନୁହେଁ, କାରଣ ସତ୍ୟ ଅଧିକାଂଶ ସମୟରେ ଅନ୍ଧାରରେ ହିଁ ହୋଇଥାଏ ଏବଂ ଯଦି ଅନ୍ଧାରକୁ ଯିବାର ସାହାସ ନାହିଁ ତ ତୁମେ ସତ୍ୟ ପାଇଁ ଲଢେଇ ଲଢି ପାରିବ ନାହିଁ। ତାହା ମୋ ଜୀବନର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଥିଲା। ଏହି ସରକାର ଏମିତି ହିଁ ଭୟଭୀତ। ଏହି ସରକାର ଅନ୍ଧାରକୁ ଯିବାକୁ ଚାହୁଁ ନାହିଁ ଅର୍ଥାତ୍‌ ସମସ୍ୟାରୁ ଦୂରେଇ ଯାଉଛି। ଯଦି ଆପଣ ସମାଧାନ ଚାହାନ୍ତି ତ ସମସ୍ୟାକୁ ଅତିକ୍ରମ କରି ଯିବାକୁ ହେବ। ମହିଳା ସଂରକ୍ଷଣ ବିଲ୍‌କୁ ଏହି ଗୃହ ୨୦୨୩ରେ ପାରିତ କରିଥିଲା। ସେତେବେଳେ ଏହି ଲୋକଙ୍କର କହିବା ଥିଲା ଯେ, ଏହାକୁ ୧୦ ବର୍ଷ ପରେ ଲାଗୁ କରାଯିବ। ଏବେ ନୂଆ ବିଲ୍ ଅଣାଯାଉଛି , ଯାହାକି ଦେଶର ଇଲେକ୍ଟୋରଲ ମ୍ୟାପ୍‌ ହିଁ ବଦଳି ଯାଉ।

ସେ କହିଛନ୍ତି , ମହିଳାଙ୍କୁ ସଂରକ୍ଷଣ ଦେବା ପରିବର୍ତ୍ତେ ସୀମା (delimition) ମାଧ୍ୟମରେ ରାଜନୀତି କରାଯାଉଛି। ଯଦି କେବଳ ମହିଳା ସଂରକ୍ଷଣର କଥା କହିବା ତ ବିରୋଧୀ ଦଳର ପ୍ରତି ବ୍ୟକ୍ତି ସମର୍ଥନ ପାଇଁ ପ୍ରସ୍ତୁତ। ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ସରକାର ଯାହା କରୁଛନ୍ତି ,ତାହା ଦେଶ-ବିରୋଧୀ କାମ ଠାରୁ କମ୍‌ ନୁହେଁ। ଆମେ ଆପଣଙ୍କୁ ଏମିତି କରିବାକୁ ଦେବୁ ନାହିଁ। ପୂରା ବିରୋଧୀ ଦଳ ଏହାକୁ ବିଫଳ କରିବ।