PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ରାହୁଲ ଗାନ୍ଧୀଙ୍କ ପାଇଁ ବଢ଼ୁଛି ଅଡୁଆ,ଏବେ ସେ ସାଂସଦ ନାହାନ୍ତି, କୋର୍ଟରେ ହାଜର ହୋଇପାରିବେ କହିଲେ ଅଭିଯୋଗକାରୀ, ଜାଣନ୍ତୁ ପୂରା ମାମଲା  

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ଯକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲଗାଛି। ନିକଟରେ ମୋଦୀ ସରନେମ ମାମଲାରେ ସୁରଟ ଜିଲ୍ଲା କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲ ଦେଣ୍ଡ ଶୁଣାଇଥିଲେ ଏବଂ ଏହା ପରେ ତାଙ୍କର ଲୋକସଭା ସଭ୍ୟ ପଦ ରଦ୍ଦ ହୋଇଥିଲା। ଅନ୍ୟପଟେ ଏବେ ଆରଏସଏସ କାର୍ଯ୍ୟକର୍ତ୍ତା ଶୁକ୍ରବାର ଠାଣେ କୋର୍ଟଙ୍କୁ ନିବେଦନ କରିଛନ୍ତି ଯେ ଯେଉଁଭଳି ଭାବେ ଗୁଜରାଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି, ସେହିଭଳି ଏକ ମାମଲାରେ ଠାଣେ କୋର୍ଟରେ ମଧ୍ୟ ରହିଛି। ଯେହେତୁ ରାହୁଲ ଆଉ ସାଂସଦ ନାହାଁନ୍ତି, ତେଣୁ ସେ ଆବେଦନ କରିଥିବା କୋର୍ଟରେ ହାଜର ପାଇଁ ବ୍ୟକ୍ତିଗତ ସ୍ଥାୟୀ ଛୁଟିକୁ ପ୍ରତ୍ୟାହାର କରନ୍ତୁ। ବର୍ତ୍ତମାନ ମାନହାନି ମାମଲାରେ ସେ କୋର୍ଟରେ ହାଜର ହୋଇପାରିବେ।  

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ଅପରାଧିକ ଅଭିଯୋଗ କର୍ତ୍ତା ଆରଏସଏସ କାର୍ଯ୍ୟକର୍ତ୍ତା କୋର୍ଟଙ୍କୁ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବେ ଆଉ ସାଂସଦ ନାହାନ୍ତି, ତେଣୁ ସେ ଠାଣେରେ ମାନହାନି ମାମଲାରେ ହାଜର ହୋଇପାରିବେ। ବ୍ୟକ୍ତିଗତ ଭାବେ ସ୍ଥାୟୀ ହାଜରରୁ ଛୁଟି ଚାହୁଁଥିବା ଗାନ୍ଧୀଙ୍କ ଆବେଦନକୁ କାର୍ଯ୍ୟକର୍ତ୍ତା ବିରୋଧ କରିଥିଲେ। ଅଭିଯୋଗକାରୀ ରାଜେଶ କୁଣ୍ଟେ ରାହୁଲ ଗାନ୍ଧୀଙ୍କ ଭାଷଣରେ ୨୦୧୪ରେ ଭିବଣ୍ଡି ମାଜିଷ୍ଟ୍ରେଟ କୋର୍ଟରେ ଏକ ବ୍ୟକ୍ତିଗତ ଅଭିଯୋଗ ଦାଖଲ କରିଥିଲେ।

ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ ଥିଲା ଯେ ସେ ଭାଷଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମହତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ଦାୟୀ ବୋଲି କହିଥିଲେ। କୁଣ୍ଟେ ଅଭିଯୋଗ କରିଛନ୍ତି ଯେ ଏହି ବୟାନ ଦ୍ୱାରା ଆରଏସଏସର ପ୍ରତିଷ୍ଠା ପ୍ରତି ଆଞ୍ଚ ଆସିଥିଲା। ଏହି ମାମଲାରେ ରାହୁଲ ଗାନ୍ଧୀ ଜୁନ୍ ୨୦୧୮ରେ କୋର୍ଟରେ ହାଜର ହୋଇଥିଲେ ଏବଂ ଏହି ଅଭିଯୋଗକୁ ସ୍ୱୀକାର କରିନଥିଲେ। ୨୦୨୨ରେ ସେ ଏହି ଆଧାରରେ କୋର୍ଟରେ ହାଜର ହେବା ନେଇ ସ୍ଥାୟୀ ଛୁଟି ଦାବି କରି ଯାଚିକା ଦାୟର କରିଥିଲେ। ଯାଚିକାରେ କହିଥିଲେ ଯେ ସେ ସାଂସଦ ରହିଛନ୍ତି ତେଣୁ ନିଜ ସଂସଦୀୟ କ୍ଷେତ୍ରକୁ ଯୁବାକୁ ପଡ଼ିଥାଏ, ଦଳର କାମରେ ସାମିଲ ହେବାକୁ ପଡ଼ିଥାଏ।

ଏବେ ଦୁଇ ଦିନ ପୂର୍ବପରୁ କୁଣ୍ଟେ ରାହୁଲ ଗାନ୍ଧୀଙ୍କ ଆବେଦନକୁ ବିରୋଧ କରି କୋର୍ଟଙ୍କୁ ଏକ ଲିଖିତ ନୋଟ ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ମାନହାନି ମାମଲାରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୁଣ୍ଟେ କହିଛନ୍ତି ଯେ ଏବେ ରାହୁଲ ଆଉ ସାଂସଦ ନାହାନ୍ତି ତେଣୁ ବ୍ୟକ୍ତିଗତ ହାଜରରୁ ସ୍ଥାୟୀ ଛୁଟି ଆବେଦନକୁ ଖାରଜ କରାଯାଉ।

ସମ୍ବନ୍ଧିତ ଖବର