ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦି ପ୍ରଥମ ପସନ୍ଦ, ବଢିଛି ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା : ସର୍ଭେ

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବି ମଧ୍ୟ ଦେଶର ସବୁଠାରୁ ଲୋକପ୍ରିୟ ନେତାଙ୍କ ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି। ସେଭଳି କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ମଧ୍ୟ ବଢିଛି। ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ, ମୋଦିଙ୍କ ପରେ ରାହୁଲ ଲୋକପ୍ରିୟତାର ଦ୍ବିତୀୟ ସ୍ଥାନରେ ଅଛନ୍ତି। ଏହି ସର୍ଭେ ଏନଡିଟିଭି ଓ ସିଏସଡିଏସ୍ ସହ ମିଶି କରାଯାଇଥିଲା। ସର୍ଭେ ମୋଦି ସରକାରଙ୍କ ୯ ବର୍ଷ ପୂର୍ବ ହେବା ଅବସରରେ ୧୯ ରାଜ୍ୟରେ ୧୦ ରୁ ୧୦ ମେ’ ଭିତରେ ଆୟୋଜିତ କରାଯାଇଥିଲା।
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପରାଜୟ ପରେ ଭାରତୀୟ ଜନତା ପାର୍ଟି ପାଇଁ ଭଲ ଖବର। ସର୍ଭେରେ ସାମିଲ ହୋଇଥିବା ୪୩% ଲୋକଙ୍କ ମତରେ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳ ମିଳିବା ଦରକାର। ସେଭଳି ୩୮ ପ୍ରତିଶତ ଲୋକ ଏଥିରେ ଭରସା କରନ୍ତି ନାହିଁ। ତେବେ ଅଧିକାଂଶ ଲୋକ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହାନ୍ତି। ଜନତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦି ପ୍ରଥମ ପସନ୍ଦ। ଏନିକଟରେ ହୋଇଥିବା ଏକ ସର୍ଭେରେ ଖୁଲାସା ହୋଇଛିରେସ୍ରେ ବିରୋଧିଙ୍କ ଏକତାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସର୍ଭେରେ ଶାମିଲ ୧% ଲୋକ ପସନ୍ଦ କରୁଛନ୍ତି।
ଲୋକନୀତି-ସେଣ୍ଟର ଫର ଦ ଷ୍ଟଡି ଅଫ୍ ଡେଭଲପମେଣ୍ଟ ସୋସାଇଟିଜ(ସିଏସ୍ଡିଏସ୍) ଓ ଏନ୍ଡିଟିଭି ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ, ଜବାବ ଦେଉଥିବା ୪୩% ଲୋକଙ୍କ କହିବା ଅନୁସାରେ, ମୋଦି ସରକାରଙ୍କୁ ତୃତୀୟ ଥର ସୁଯୋଗ ଦିଆଯିବ ଦରକାର। ସେଭଳି ୩୮% ଲୋକ ଏହା ବିରୋଧରେ ଅଛନ୍ତି। ଆଜି ଯଦି ନିର୍ବାଚନ ହୁଏ ତେବେ କଂଗ୍ରେସର ସ୍ଥିତି ନିହାତି ସୁଧୁରିଥିବାର ଦେଖିବାକୁ ପାଇବେ। ସର୍ଭେରେ ସାମିଲ ୪୦% ଲୋକେ ବିଜେପିକୁ ଭୋଟ୍ ଦେବା ପାଇଁ ପ୍ରସ୍ତୁତ। ସେଭଳି କଂଗ୍ରେସର ମାମଲାରେ ଏହି ସଂଖ୍ୟା ୨୯% ରହିଛି।
ମୋଦିଙ୍କୁ ୪୩ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦ କରିଛନ୍ତି। ସେଭଳି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କଙ୍କ ୨୭% ଲୋକ ପସନ୍ଦ କରିଛନ୍ତି। ସବୁଠାରୁ ଖାସ୍ କଥା ଏହା ଯେ, ଏହି ରେସ୍ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୪% ସହିତ ତୃତୀୟ ସ୍ଥାନରେ ଅଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ୩% ଲୋକ ପସନ୍ଦ କରିଛନ୍ତି। ସେଭଳି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମାମଲାରେ ଏହା ମାତ୍ର ୧% ଥିଲା। ସର୍ଭେ ଅନୁସାରେ, ୩୪ ପ୍ରତିଶତ ଉତ୍ତରଦାତାଙ୍କ ମତରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇପାରିବେ। ଏହି ମାମଲାରେ କେଜ୍ରିଓ୍ବାଲ ୧୧% , ଅଖିଳେଶ ଯାଦବ ୫% ଓ ମମତା ବାନାର୍ଜୀଙ୍କୁ ୪% ଲୋକ ପସନ୍ଦ କରିଛନ୍ତି। ସବୁଠାରୁ ଖାସ୍ କଥା ଯେ, ସର୍ଭେରେ ଭାଗ ନେଇଥିବା ୯% ଲୋକଙ୍କ ମତରେ କେହି ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇପାରିବେନି।