ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆତଙ୍କବାଦୀଙ୍କ ବିରୋଧରେ ସରକାରଙ୍କ ପ୍ରତି ପଦକ୍ଷେପକୁ ସମର୍ଥନ କରୁଛୁ : ସର୍ବଦଳୀୟ ବୈଠକ ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା

Published By : Prameya | April 24, 2025 10:57 PM

ନୂଆଦିଲ୍ଲୀ : ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କହିଛି ଯେ, ସେ ଆତଙ୍କୀଙ୍କ ବିରୋଧରେ ସରକାରଙ୍କ ପ୍ରତି ପଦକ୍ଷେପ ସହ ଅଛି। ସରକାରଙ୍କ ଦ୍ୱାରା ଡ଼କାଯାଇ ଥିବା ସର୍ବଦଳୀୟ ବୈଠକ ପରେ ଲୋକସଭାରେ ବିରୋଧୀ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ତାଙ୍କ ଦଳ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇ ଥିବା ସବୁ ପଦକ୍ଷେପ ଓ ସବୁ ପ୍ରକାରର ଆକ୍ସନର ସମର୍ଥନ କରୁଛି। ସେ କହିଛନ୍ତି ,ସର୍ବଦଳୀୟ ବୈଠକରେ ସବୁ ପହଲଗାମ ଆତଙ୍କୀ ହମଲାର ନିନ୍ଦା କରୁଛୁ । ବିପକ୍ଷ ସରକାରଙ୍କୁ କୌଣସି ବି କାର୍ଯ୍ୟାନୁଷ୍ଠାନ ନେବାରେ ପୂରା ସମର୍ଥନ ଦେଉଛୁ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ , କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ସବୁ ଦଳ ପହଲଗାମ ଆତଙ୍କୀ ହମଲାର ନିନ୍ଦା କରିଛନ୍ତି। ଆମେ କହିଛୁ କି , ଜମ୍ମୁ-କାଶ୍ମୀରରେ ଶାନ୍ତି ବଜାୟ ରଖିବା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯିବା ଉଚିତ୍‌। ଆପ୍‌ ନେତା ସଞ୍ଜୟ ସିଂହ କହିଛନ୍ତି ଯେ , ସବୁ ଦଳ ଗୁଡ଼ିକର ସରକାରଙ୍କୁ ଆତଙ୍କବାଦୀ ଠିକଣାକୁ ନଷ୍ଟ କରିବାକୁ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ତୃଣମୂଳ କଂଗ୍ରେସର ସୁଦୀପ ବନ୍ଦ୍ୟୋପାଧ୍ୟାୟ କହିଛନ୍ତି ଯେ, ଏହି ବୈଠକରେ ସୁରକ୍ଷା ଅବହେଳା ନେଇ ମଧ୍ୟ ଆଲୋଚନା ହୋଇଥିଲା। ସେ କହିଛନ୍ତି ଆତଙ୍କବାଦ ସହ ଲଢିବା ପାଇଁ ସବୁ ଦଳ ସରକାରଙ୍କ ସହ ଅଛନ୍ତି। କେନ୍ଦ୍ରୀ ମନ୍ତ୍ରୀ କିରେଣ ରିଜିଜୁ କହିଛନ୍ତି କି ସରକାର ସବୁ ଦଳର ନେତାଙ୍କୁ ଆତଙ୍କବାଦ ବିରୋଧରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନା ଦେଇଛନ୍ତି। 

କହି ରଖୁଛୁ କି , ସରକାରଙ୍କ ପକ୍ଷରୁ ସବୁ ରାଜନୀତିକ ଦଳକୁ ପହଲଗାମ ହମଲା ସମ୍ୱନ୍ଧରେ ବିସ୍ତୃତ ଭାବ ସୂଚନା ଦେବା ପାଇଁ ସର୍ବଦଳୀୟ ବୈଠକ ଡ଼କାଯାଇ ଥିଲା। ଏହି ବୈଠକ ପାଖାପାଖି ୨ଘଣ୍ଟା ଧରି ଅନୁଷ୍ଠିତ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.