ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଗଣତାନ୍ତ୍ରିକ ରାସ୍ତା ସବୁ ବନ୍ଦ, ଚାପରେ ନ୍ୟାୟପାଳିକା, ଗଣମାଧ୍ୟମ ବି BJP କବ୍‌ଜାରେ: ରାହୁଲ ଗାନ୍ଧି

ଭୋପାଳ ୨୪/ ୧୧: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଜାରି ରହିଥିବା 'ଭାରତ ଯୋଡୋ ଯାତ୍ରା' ଲୋକଙ୍କୁ ବେଶ୍‌ ପ୍ରଭାବିତ କରୁଥିବା ଦେଖିବାକୁ ମିଳୁଛି । ପଦ ଯାତ୍ରା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିପକ୍ଷରେ ବର୍ଷୁଛନ୍ତି ରାହୁଲ ଗାନ୍ଧି। ବର୍ତ୍ତମାନ ଭାରତ ଯୋଡୋ ଯାତ୍ରା ମଧ୍ୟପ୍ରଦେଶରେ ଜାରି ରହିଛି । ଯେଉଁଠି କିଛି ଦିନ ପୂର୍ବରୁ କଂଗ୍ରେସ ସରକାର ଭାଙ୍ଗି ବିଜେପି କ୍ଷମତାକୁ ଆସିଥିଲା । ୨୦୨୦ରେ ଭେଟେରାନ୍‌ ନେତା ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବାପରେ ତାଙ୍କ ସମର୍ଥିତ କିଛି ବିଧାୟକ ମଧ୍ୟ ବିଜେପିରେ ମିଶିଥିଲେ ଏବଂ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାର ପତ୍ତନ ଘଟିଥିଲା ।

ମଧ୍ୟପ୍ରଦେଶର ବୁରହାନପୁରରେ ପଦ ଯାତ୍ରା ବେଳେ ରାହୁଲ ଗାନ୍ଧି କହିଛନ୍ତି, 'ଆମେ ମଧ୍ୟପ୍ରଦେଶରେ ନିର୍ବାଚନ ଜିିତିଥିଲୁ । ଆମର ସରକାର ଥିଲା । କିନ୍ତୁ ସେମାନେ ୨୦/ ୨୫ କୋଟି ଲୋଭ ଦେଖାଇ କିଛି ବିଧାୟକଙ୍କୁ କିଣିନେଲେ ଏବଂ ସରକାର ଗଠନ କରିଦେଲେ'।

ବିଜେପିକୁ ଟାର୍ଗେଟ୍‌ କରି ରାହୁଲ ଗାନ୍ଧି କହିଛନ୍ତି, 'ଭାରତରେ ଆମ ପାଇଁ ସମସ୍ତ ଗଣତାନ୍ତ୍ରିକ ରାସ୍ତା ବନ୍ଦ ହୋଇଯାଇଛି । ଲୋକସଭା, ନିର୍ବାଚନୀ ପ୍ରକ୍ରିୟା, ଗଣମାଧ୍ୟମ ସବୁକିଛି ବନ୍ଦ ହୋଇଯାଇଛି । ସବୁଠି କବ୍‌ଜା କରିସାରିଛି ବିଜେପି । ସମସ୍ତ ଅନୁଷ୍ଠାନ ଗୁଡିକୁ ଆରଏସଏସ୍‌ ଏବଂ ବିଜେପି କବ୍‌ଜା କରିନେଇଛନ୍ତି । ସବୁଠି ତାଙ୍କର ସମର୍ଥକମାନଙ୍କୁ ଭର୍ତ୍ତିକରି ରଖିଛନ୍ତି । ନ୍ୟାୟପାଳିକା ମଧ୍ୟ ଚାପରେ ରହିଛି । କୋର୍ଟଗୁଡିକ ଚାପରେ । ତେଣୁ ଆମ ପାଇଁ କେବଳ ଗୋଟିଏ ବିକଳ୍ପ ଅଛି ବୋଲି ଭାବିଲୁ । ରାସ୍ତାରେ ଚାଲିବୁ, ଲୋକଙ୍କ ପାଖରେ ପହଞ୍ଚିବୁ, ଚାଷୀଙ୍କୁ ଶୁଣିବୁ, ଶ୍ରମିକଙ୍କୁ ଶୁଣିବୁ, ଛୋଟ ବ୍ୟବସାୟୀଙ୍କୁ କହିବୁ ଏବଂ ଏହି ଆନ୍ଦୋଳନରେ ସାମିଲ କରିବୁ'।

କଂଗ୍ରେସର ଭାରତ ଯୋଡୋ ଯାତ୍ରା ମୋଟ ୩୫୭୦ କିମି କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଜାରି ରହିଛି । ବର୍ତ୍ତମାନ ମଧ୍ୟ ପ୍ରଦେଶର ବିଭିନ୍ନ ସ୍ଥାନ ଦେଇ ଯାଉଛି ଯାତ୍ରା । ରାଜ୍ୟର ୫ଟି ଲୋକସଭା କ୍ଷେତ୍ର ଏବଂ ୨୬ଟି ବିଧାନସଭା କ୍ଷେତ୍ର ଦେଇ ଯିବ ଭାରତ ଯୋଡୋ ଯାତ୍ରା । ପଦଯାତ୍ରା ବେଳେ ଯେଉଁମାନେ ବି ଦେଖାହେଉଛନ୍ତି ସମସ୍ତଙ୍କୁ ସହ ଆଲୋଚନା କରୁଛନ୍ତି ଏବଂ ସମସ୍ୟା ବୁଝୁଛନ୍ତି ରାହୁଲ ଗାନ୍ଧି । ବିଭିନ୍ନ ପ୍ରସଙ୍ଗକୁ ନେଇ ସିଧାସଳଖ କ୍ଷମତାସୀନ ବିଜେପିକୁ ଟାର୍ଗେଟ୍‌ କରୁଛନ୍ତି ରାହୁଲ ଗାନ୍ଧି ।

Copyright © 2022 - Summa Real Media Private Limited. All Rights Reserved.