PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

25ରେ ଭୁବନେଶ୍ବରରେ ରାହୁଲଙ୍କ ସଭା

ଭୁବନେଶ୍ବର,12।1 (ବୁୟରୋ): ଓଡ଼ିଶାର ଶାସନ ଗାଦିକୁ ଲକ୍ଷ୍ୟ ରଖିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଦୀର୍ଘବର୍ଷ ପରେ ଓଡ଼ିଶା ଆସି ଏଠାରେ ଦଳୀୟ ସଭା ସହ ବୁଦ୍ଧିଜୀବୀ ମାନଙ୍କୁ ଭେଟିବେ। ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟରେ କଂଗ୍ରେସକୁ କ୍ଷମତାସୀନ କରିବା ପାଇଁ ରଣନୀତି କରିବେ। ରାହୁଲଙ୍କ ଏହି କାର୍ଯ୍ୟକ୍ରମ ପାଇଁ ପିସିସି ଏବେ ବ୍ୟସ୍ତ। 25 ତାରିଖ ଦିନ 10ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ରାହୁଲ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ଓଡ଼ିଶା ଉପରେ ସମସ୍ତଙ୍କ ନଜର। 19ବର୍ଷ ଧରି ରାଜ୍ୟରେ ଶାସନ ଚଳାଇଥିବା ବିଜେଡିକୁ ହଟାଇବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ଲାଗି ପଡ଼ିଛନ୍ତି। ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସଭାପତି ଅମିତ ଶାହା ଘନଘନ ଓଡ଼ିଶା ଗସ୍ତରେ ଆସି ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ବିଜେପିର ଟାର୍ଗଟେ ଓଡ଼ିଶା ଶାସନ। କଂଗ୍ରେସ ବି ପଛରେ ନାହିଁ। ଓଡ଼ିଶାରେ କଂଗ୍ରେସ ତାର କାୟା ବଢ଼ାଉଛି। ଦଳୀୟ ସଂଗଠନ ପରିବର୍ତ୍ତନ କରିବା ପରେ ଦଳ ନିଶ୍ଚିତ ଅଭିବୃଦ୍ଧି କରିଛି। ଦଳୀୟ ନେତା ଓ ପିସିସି ସଭାପତିଙ୍କ ତତ୍ପରତା ନେଇ ରାହୁଲ ବି ଆଶାବାଦୀ ହୋଇ ପଡ଼ିଛନ୍ତି। ଏପରିକି ନିରଞ୍ଜନ ଓ ତାଙ୍କ ଗୋଷ୍ଠୀଙ୍କ ବିରୋଧରେ କୌଣସି କଥା ସେ କାନରେ ପୂରାଉନାହାନ୍ତି।
ନିରଞ୍ଜନ ଗୋଷ୍ଠୀଙ୍କ ପାଇଁ ଦିଲ୍ଲୀରେ ଲବି କରୁଛନ୍ତି ରାହୁଲଙ୍କ ପ୍ରିୟ ଜିତେନ୍ଦ୍ର ସିଂହ। ଏବେ ଜିତେନ୍ଦ୍ରଙ୍କ ଇଚ୍ଛାରେ ରାହୁଲଙ୍କ ଓଡ଼ିଶା କାର୍ଯ୍ୟକ୍ରମ ହେଉଛି। ପୂର୍ବରୁ କଟକରେ ରାହୁଲଙ୍କ କାର୍ଯ୍ୟକ୍ରମ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ମାତ୍ର ଜିତେନ୍ଦ୍ରଙ୍କ ଇଚ୍ଛାନୁଯାୟୀ ତାହାକୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ରାହୁଲଙ୍କ କାର୍ଯ୍ୟକ୍ରମ ଭୁବନେଶ୍ବରର ବରମୁଣ୍ଡା ବା ତମାଣ୍ଡୋ ପଡ଼ିଆରେ ହେବ ବୋଲି କହିଛନ୍ତି ନିରଞ୍ଜନ।
ରାହୁଲଙ୍କ ଗସ୍ତ କେବଳ ଦଳୀୟ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ରହିବ ନାହିଁ। ଦଳୀୟ ସଭାରେ କର୍ମୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହ ରାହୁଲ ରାଜ୍ୟର ବୁଦ୍ଧିଜୀବୀ ମାନଙ୍କୁ ଭେଟି ଆଲୋଚନା କରିବେ। ରାଜ୍ୟରେ ଥିବା ପୁରୁଖା ସୂଚନା ଅଧିକାର କର୍ମୀ ଓ ସ୍ବେଚ୍ଛାସେବୀ ମାନଙ୍କୁ ମଧ୍ୟ ଭେଟି ଆଲୋଚନା କରିବେ।
ଦିନ 10ଟାରୁ ରାହୁଲଙ୍କ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ରାହୁଲ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜ୍ୟରେ ଦଳର ସ୍ଥିତି ଓ ଆଗକୁ କି ପଦକ୍ଷେପ ନିଆଯିବ ସେନେଇ ଚର୍ଚ୍ଚ। କରିବେ ବୋଲି ଜଣାପଡ଼ିଛି। ରାହୁଲଙ୍କ ଏହି ଗଣକାର୍ଯ୍ୟକ୍ରମ ଏବେ ବିରୋଧୀ ଶିବିରରେ ଚର୍ଚ୍ଚ।ର ବିଷୟ ହୋଇଛି।