PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି: ଭବାନୀପାଟଣା ଓ ରାଉରକେଲାରେ ରାଜ୍ୟ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଦେବେ ଯୋଗ

ଭୁବନେଶ୍ବର ୫/୧: ଆସନ୍ତାକାଲି ପୁଣି ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପ୍ରଥମେ କଳାହାଣ୍ଡିର ଭବାନୀପାଟଣା ଓ ପରେ ରାଉରକେଲାରେ ରାଜ୍ୟ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବେ । ଦୀର୍ଘ ୯ବର୍ଷ ପରେ ରାହୁଲ ଗାନ୍ଧି କେବିକେ ଅଂଚଳକୁ ଆସୁଛନ୍ତି। ଭବାନୀପାଟଣାରେ ରାହୁଲଙ୍କ ସମାବେଶରେ ପ୍ରାୟ ଲକ୍ଷେ ଲୋକଙ୍କ ସମାଗମକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିଭଳି ଅପରାହ୍ନରେ ରାହୁଲ ରାଉରକେଲା ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ସହ ମୟୁରଭଂଜ ଜିଲ୍ଲାରୁ ଲକ୍ଷାଧିକ କଂଗ୍ରେସ କର୍ମୀ ଯୋଗଦେବେ ।

ରାଉରକେଲାରେ ବ୍ରାହ୍ମଣୀ ଉପରେ ଦ୍ବିତୀୟ ସେତୁ, ଆଇଜିଏଚ୍‌କୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିପାରନ୍ତି କଂଗ୍ରେସ ଅଧ୍ୟକ୍ଷ । ଏହି ଗସ୍ତ ଅବସରରେ ରାହୁଲ ଗାନ୍ଧି ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଚାଷୀ, ଯୁବକ, ମହିଳାଙ୍କୁ ଫୋକସ କରିପାରନ୍ତି ।ଗତଥର ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋ ସମାବେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବରଦସ୍ତ ଆଟାକ୍‌ କରିଥିବା ରାହୁଲ ଗାନ୍ଧି ଏଥର ଭବାନୀପାଟଣା ଓ ରାଉରକେଲା ସମାବେଶରେ କିଭଳି ଷ୍ଟ୍ରାଟେଜି ଆପଣାଇବେ ତା’ ଉପରେ ରହିଛି ନଜର । ରାହୁଲ ଗାନ୍ଧିଙ୍କ ଆଗମନକୁ ନେଇ ଉତ୍ସାହିତ ରହିଛନ୍ତି ରାଜ୍ୟ ନେତା ।