PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

ପୁଣି ମୋଦିଙ୍କୁ ଟାର୍ଗେଟ୍ କଲେ ରାହୁଲ, ମହାକାଶରେ ସଫଳତା ପାଇଁ ଏମିତି ଦେଲେ ଶୁଭେଚ୍ଛା

source:scroll.in

ନୁଆଦିଲ୍ଲୀ ୨୭/୩: ମହାକାଶରେ ସଫଳତା ହାସଲ ପରେ ସାରା ଦେଶ ଆଜି ଗର୍ବିତ । ସମସ୍ତେ ଦେଶର ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧୀ ମଧ୍ଯ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିନ୍ତୁ ମୋଦିଙ୍କୁ ଟାର୍ଟେଟ୍ କରିଛନ୍ତି ରାହୁଲ । ସେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୱାର୍ଲ୍ଡ ଥିଏଟର ଡେର ଶୁଭେଚ୍ଛା ଜଣାଇଛନ୍ତି ।

ରାହୁଲ ବୁଧବାର ଦ୍ୱିପ୍ରହର ସମୟରେ ଟ୍ୱିଟ୍ କରିଛନ୍ତି ଯେ ‘ୱେଲ ଡନ୍ ଡିଆରଡିଓ, ଆପଣଙ୍କ କାମ ପାଇଁ ଆମେ ବହୁତ ଗର୍ବ ଅନୁଭବ କରୁଛୁ । ମୁଁ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୱାର୍ଲ୍ଡ ଥିଏଟର ଡେର ଅଭିନନ୍ଦନ ଦେବାକୁ ଚାହୁଁଛି ।‘

ଯେତେବେଳେ ମୋଦି ଦେଶବାସୀଙ୍କୁ କିଛି ସମ୍ବୋଧିତ କରିବେ ବୋଲି ଖବର ଆସିଲା ସେତେବେଳେ ବହୁତ କିଛି ଅଟକଳ ଲଗାଗଲା କିନ୍ତୁ ଯେତେବେଳେ ମହାକାଶରେ ସଫଳତା ହାସଲ ହେବା ଖବର ଆସିଲା, ସେହି ଉପଲବ୍ଧି ପାଇଁ ସବୁଆଡୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିଲା । ରାହୁଲ ଗାନ୍ଧୀ ଏହା ପୂର୍ବରୁ ମଧ୍ଯ ପ୍ରଧାନମନ୍ତ୍ରୀଙ୍କୁ ଅନେକ ଥର ଟାର୍ଗେଟ୍ କରିଛନ୍ତି । ସେ ଅନେକ ଥର କହିଛନ୍ତି ଯେ ମୋଦି କେବଳ ଭାଷଣରେ ଏକ୍ସପର୍ଟ, ଭଲ ଭାଷଣ ଦିଅନ୍ତି । ଆଜି ପୁଣି ସେ ମୋଦିଙ୍କୁ ଏଭଳି ଟାର୍ଗେଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

ରାହୁଲଙ୍କ ବ୍ଯତୀତ ଅନ୍ଯ ଦଳର ନେତାମାନେ ମଧ୍ଯ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଆମ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂହ କହିଛନ୍ତି ଯେ ଏଭଳି ଘୋଷଣା ISRO, DRDO ତରଫରୁ ହେବା ଉଚିତ୍ । କିନ୍ତୁ ପ୍ରଧାନମନ୍ତ୍ରୀ ନିର୍ବାଚନରେ ଫାଇଦା ହାସଲ ପାଇଁ ଏଭଳି ଘୋଷଣା କରୁଛନ୍ତି ।

ଆପଣଙ୍କୁ କହିରଖୁଛୁ ସାରା ବିଶ୍ୱରେ ଥିଏଟରକୁ ନେଇ ବହୁତ କ୍ରେଜ୍ ରହିଆସିଛି । ପ୍ରତି ବର୍ଷ ୨୭ ମାର୍ଚ୍ଚକୁ ୱାର୍ଲ୍ଡ ଥିଏଟର ଡେ ବା ବିଶ୍ୱ ନାଟ୍ଯ ଦିବସ ପାଳନ ହୋଇଥାଏ । ୧୯୬୧ରୁ ଏହି ଦିବସ ପାଳନ ହୋଇଆସୁଛି ।