PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ରାହୁଲ ଗାନ୍ଧୀଙ୍କର ୫ବର୍ଷରେ ବଢ଼ିଛି ୬୯ ପ୍ରତିଶତ ସମ୍ପତ୍ତି, କେଉଁଠି କେଉଁଠି କିଣିଛନ୍ତି ଜମି ଜାଣନ୍ତୁ ?

ନୂଆଦିଲ୍ଲୀ ୫।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତିରେ ଗତ ପାଂଚ ବର୍ଷରେ ୬୯ପ୍ରତିଶତ ବୃଦ୍ଧି ପାଇଛି। ୨୦୧୯ରେ ଦଖଲ କରିଥିବା ନିର୍ବାଚନୀ ନାମାଙ୍କନ ଅନୁସାରେ ରାହୁଲ ଗାନ୍ଧୀଙ୍କ ପାଖରେ ପାଖାପାଖି ୧୫ କୋଟି ଟଙ୍କାର ସ୍ତାବର-ଅସ୍ତବାର ସମ୍ପତ୍ତି ଅଛି। ସମ୍ପତ୍ତିରେ ରାହୁଲ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ଦିଳ୍ଲୀର ମହରୋଲୀରେ ଏକ ଫାର୍ମ ହାଉସର ମାଲିକ ମଧ୍ୟ।

ଏହା ପୂର୍ବରୁ ୨୦୧୪ ନିର୍ବାଚନୀ ନାମାଙ୍କନ ରେ ରାହୁଲ ଗାନ୍ଧୀ ନିଜର ମୋଟ ସ୍ତାବର ଅସ୍ତାବର ସମ୍ପତ୍ତି ୯.୪ କୋଟି ବୋଲି ଦେଖାଇଥିଲେ। ଗତ ପାଞ୍ଚ ବର୍ଷରେ ରାହୁଲଙ୍କ ସମ୍ପତ୍ତିରେ ପାଖାପାଖି ପାଞ୍ଚ କୋଟି ଟଙ୍କା ବୃଦ୍ଧି ହୋଇଛି।

ରାହୁଲଗାନ୍ଧୀଙ୍କ ନାମାଙ୍କନରେ କୁହାଯାଇଛି କି, ତାଙ୍କର ଅସ୍ତାବର ସମ୍ପତ୍ତିର ମୋଟ ମୂଲ୍ୟ ୨୦୧୪ରେ ୧.୩୨ କୋଟି ଥିଲା। ଯାହାକି ୨୦୧୯ରେ ତାହା ବଢ଼ି ୧୦.୦୮ କୋଟି ଟଙ୍କା ହୋଇଯାଇଛି। ତାଙ୍କର ସ୍ତାବର ସମ୍ପତ୍ତି ୮.୦୭ କୋଟି ଟଙ୍କା ଥିଲା। ଯାହା ଏବେ କମି କମି ୫.୮ କୋଟି ଟଙ୍କା ହୋଇଯାଇଛି। ତାଙ୍କ ପାଖରେ ନକଦ କେବଳ ୪୦ ହଜାର ଟଙ୍କା ଅଛି।

ରାହୁଲ ଗାନ୍ଧୀଙ୍କ ପାଖରେ ପ୍ରାୟ ୧୦ କୋଟି ଟଙ୍କାର ଅସ୍ତାବର ସମ୍ପତ୍ତି ମଧ୍ୟ ଅଛି। ଯେଉଁଥିରେ ଗୁରୁଗ୍ରାମରେ ପ୍ରାୟ ୮.୭ କୋଟି ଟଙ୍କାର ଦୁଇଟି ବାଣିଜ୍ୟିକ କାର୍ଯ୍ୟାଳୟ ଅଛି। ରାହୁଲ ଗାନ୍ଧୀ ନିର୍ବାଚନୀ ନାମାଙ୍କନରେ ନିଜ ବିପକ୍ଷରେ ପାଞ୍ଚ ଅପରାଧିକ ଅଭିଯୋଗରେ ଘୋଷିତ ହୋଇଛନ୍ତି। ଯେଉଁଥିରେ ବିଜେପି ଏବଂ ଆରଏସଏସ୍ ଚାରିଥର ଅଭିଯୋଗ ମାନହାନି କରିଛି। ପାଞ୍ଚ ନମ୍ବର ମାମଲା ନ୍ୟାସନାଲ ହେରାଲ୍ଡ ମାମଲା ସହିତ ଜଡ଼ିତ। ଯଦିଓ ଏବେ ପର୍ଯ୍ୟନ୍ତ କୈାଣସି ବି ମାମଲାରେ ପ୍ରାଥମିକ ଏଫଆଇଆର୍ ରୁଜ୍ଜୁ କରାଯାଇନାହିଁ।​‌

ଏହି ବାବଦ​‌ରେ ବିଜେପି କହିଥିଲା କି, ସେ ରାହୁଲଙ୍କ ନାମାଙ୍କନରେ ଦୂରଦର୍ଶୀ ନଜର ରଖିବ। ପାର୍ଟି କହିଥିଲା କି ୨୦୦୪ରୁ ୨୦୧୪ ମଧ୍ୟରେ ରାହୁଲ ଗାନ୍ଧୀଙ୍କା ସମ୍ପତ୍ତିରେ ବୃଦ୍ଧି ବେଆଇନ ବାଟରେ ହୋଇଛି। ଏହି କାରଣ ଯୋଗୁଁ ପାର୍ଟିର ମହାସଚିବ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତାଙ୍କ ସହିତ ଏକାଠି ରହିଲେ।

ସମ୍ବନ୍ଧିତ ଖବର