ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଗୋଆ ଅଡିଓ ଟେପ ଅସଲି: ରାହୁଲ

ନୂଆଦିଲ୍ଲୀ,୨୮ ।୧(ଏଜେନ୍ସି): ଗୋଆ ଅଡିଓ ଟେପ୍‌ ଅସଲି । ଯେଉଁଥିରେ ରାଫେଲ ଯୁଦ୍ଧ ବିମାନ କିଣା କେଳେଙ୍କାରୀ ସଂକ୍ରାନ୍ତ ଦସ୍ତାବିଜ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପାଖରେ ରହିଥିବା କୁହାଯାଇଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି । ଏହି ଅଡିଓ ଟେପ୍‌କୁ ନେଇ ଚଳିତମାସ ପ୍ରଥମ ସପ୍ତାହରୁ ବିଜେପିକୁ ଟାର୍ଗେଟ କରିଆସିଛି କଂଗ୍ରେସ ।
ଉକ୍ତ ଅଡିଓ ଟେପ୍‌ରେ ଗୋଆ ମନ୍ତ୍ରୀ ବିଶ୍ୱଜିତ ରାଣେଙ୍କ ସ୍ୱର ରହିଛି । ସେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ କହୁଛନ୍ତି ଯେ ରାଫେଲ ରାଜିନାମା ସଂକ୍ରାନ୍ତ କେଳେଙ୍କାରୀର ସବୁ ଦସ୍ତାବିଜ ପାରିକରଙ୍କ ପାଖରେ ରହିଛି । ସେ ଏସବୁ ଦସ୍ତାବିଜ ତାଙ୍କ ବେଡରୁମ୍‌ରେ ରଖିଛନ୍ତି । ଏକ କ୍ୟାବିନେଟ ବୈଠକ ପରେ ପାରିକର ତାଙ୍କୁ ଏକଥା କହିଥିଲେ । ରାଫେଲ କେଳେଙ୍କାରୀ ଫାଇଲ ତାଙ୍କ ପାଖରେ ଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କଠାରୁ ଅଧିକ କ୍ଷମତାଶାଳୀ ହୋଇଛନ୍ତି ଓ ମୁଖ୍ୟମନ୍ତ୍ରୀ ଚୌକିରେ ଏପର୍ଯ୍ୟନ୍ତ ବସିରହିଛନ୍ତି । ଏହି ଅଡିଓ ଟେପ୍‌ ନକଲି ବୋଲି ବିଜେପି ଓ ରାଣେ କରିଥିବା ଅଭିଯୋଗକୁ ରାହୁଲ ଖଣ୍ଡନ କରିଛନ୍ତି । କହିଛନ୍ତି ଯଦି ନକଲି ତେବେ ଅଭିଯୋଗ ହେବାର ୩୦ ଦିନ ବିତିଯାଇଥିଲେ ମଧ୍ୟ କାହିଁକି ଏପର୍ଯ୍ୟନ୍ତ ଏଫଆଇଆର ଦିଆଯାଇନାହିଁ କିମ୍ବା ସମ୍ପୃକ୍ତ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଥିରୁ ଜଣାପଡୁଛି ଉକ୍ତ ଅଡିଓ ଟେପ ଅସଲି । ରାଫେଲ ରାଜିନାମାରେ ବ୍ୟାପକ ଦୁର୍ନୀତି ହୋଇଥିବା କଂଗ୍ରେସ ଅଭିଯୋଗ କରିଥିବା ବେଳେ ସରକାର ଏହାକୁ ଖଣ୍ଡନ କରିଆସିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.