ନୂଆଦିଲ୍ଲୀ,୦୧/୦୪; ଧୀରେ ଧୀରେ ଜମୁଛି ଆଇପିଏଲ ସିଜିନ ୧୯ । ଗୋଟିଏ ଗୋଟିଏ ମ୍ୟାଚ ସରୁଛି ନୂଆ ରେକର୍ଡ ସ୍ଥାପନ ହେଉଛି । କିଛି ନୂଆ ବି ଘଟୁଛି । ଗତକାଲି ପଞ୍ଜାବ ଏବଂ ଗୁଜରାଟ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଡ୍ରାମା ଦେଖିବାକୁ ମିଳିଛି । ଗୁଜରାଟ ଟାଇଟନ୍ସର ବ୍ୟାଟର ରାହୁଲ ତେୱାତିଆଙ୍କୁ ଏକ ମୋଟା ବ୍ୟାଟ୍ ଧରି ମୈଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା । ପଡିଆରେ ତିବା ଅମ୍ପାୟାର ତାଙ୍କ ଧରି ପକାଇଥିଲେ । ଅମ୍ପାୟାର ତାଙ୍କ ବ୍ୟାଟ୍ ଯାଞ୍ଚ କରିଥିଲେ । ଯାହାକୁ କ୍ରିକେଟ୍ ଭାଷାରେ ବେଆଇନ ବୋଲି ବିବେଚନା କରାଯାଏ । ଅମ୍ପାୟାର ରାହୁଲଙ୍କୁ ତାଙ୍କ ବ୍ୟାଟ୍ ବଦଳାଇବାକୁ କହିଥିଲେ । ରାହୁଲ ବିଳମ୍ବ ନକରି ତୁରନ୍ତ ଏହାକୁ ବଦଳାଇଥିଲେ । ଏବେ ପ୍ରଶ୍ନ ଏଥିପାଇଁ ଦଣ୍ଡ କଣ ?
ଆଇପିଏଲ ୨୦୨୫ ପରଠାରୁ ଖେଳାଳିଙ୍କ ବ୍ୟାଟ ଯାଞ୍ଚ ଆରମ୍ଭ ହୋଇଛି । ଏବେ ମ୍ୟାଚ ପୂର୍ବରୁ, ବ୍ୟାଟିଂ କରିବାକୁ ଯିବା ପୂର୍ବରୁ ଏବଂ ପଡିଆରେ ବ୍ୟାଟ୍ ଯାଞ୍ଚ କରାଯାଏ । ଚତୁର୍ଥ ଅମ୍ପାୟାର କିମ୍ବା ଫିଲ୍ଡ ଅମ୍ପାୟାର ଯେକୌଣସି ସମୟରେ ବ୍ୟାଟ୍ ଯାଞ୍ଚ କରିପାରିବେ । ଅମ୍ପାୟାରଙ୍କ ପାଖରେ ଏକ ବ୍ୟାଟ୍ ବଜ୍ ଥାଏ । ଯଦି ବ୍ୟାଟ୍ ଏହା ଦେଇ ନଯାଏ ତେବେ ବ୍ୟାଟରମାନଙ୍କୁ ଏହାକୁ ବଦଳାଇବାକୁ କୁହାଯାଏ । ରାହୁଲଙ୍କ କ୍ଷେତ୍ରରେ ଏହା ଘଟିଥିଲା । ସେ ବୋଧେ ବୁଝାଇବାକୁ ଚେଷ୍ଟା କରୁଥିଲା ତାଙ୍କ ବ୍ୟାଟ ପଛରେ ଏକ ଷ୍ଟିକର ଥିଲା ଯାହା ବ୍ୟାଟ୍ ବଜ ଦେଇ ଯିବାକୁ ବାଧା ସୃଷ୍ଟି କରିଥିଲା । କିନ୍ତୁ ଅମ୍ପାୟାରମାନେ ତାଙ୍କୁ ଅଣଦେଖା କରି ବ୍ୟାଟ୍ ପରିବର୍ତ୍ତନ କରିବାକୁ କହିଥିଲେ ।
ଏହା ବି ପଢନ୍ତୁ...ଦିନେ ୫ ମ୍ୟାଚ୍ରେ ମାତ୍ର ୧୫ ରନ୍ କରିଥିଲେ... ୪୪ ବଲ୍ରେ ୭୨ ରନ୍ କରି ଗୁଜରାଟକୁ ଧୂଳି ଚଟାଇଲେ
Unexpected twist right in the middle of the game 👀
— Star Sports (@StarSportsIndia) March 31, 2026
The umpires step in and stop Rahul Tewatia as his bat doesn’t meet the regulations! 😮#TATAIPL 2026 | #PBKSvGT | LIVE NOW 👉 https://t.co/8O2J6XJtcm pic.twitter.com/txanPzNCPk
ବ୍ୟାଟ୍ ସମ୍ପର୍କରେ ଏମସିସି ନିୟମ ଅନୁଯାୟୀ ଏହାର ଘନତା ୬୭ମିମିରୁ ଅଧିକ ହେବା ଉଚିତ୍ ନୁହେଁ । ଧାରଗୁଡିକ ୪୦ମିମିରୁ ଅଧିକ ହେବ ନାହିଁ । ଏ ନେଇ ଗଜ୍ ମଧ୍ୟ ତିଆରି କରାଯାଇଛି . ଏବେ ପ୍ରଶ୍ନ ହେଉଛି ଏଥିପାଇଁ କୌଣସି ଦଣ୍ଡ ଅଛି କି ? ଯେପରି ବଲ୍ ସହିତ ଟାମ୍ପରିଂ ପାଇଁ ୫ ରନର ଦଣ୍ଡ ବ୍ୟବସ୍ଥା ଅଛି । ସେହିପରି ବେଆଇନ ବ୍ୟାଟିଂ ପାଇଁ କୌଣସି ଦଣ୍ଡ ଅଛି କି ? ଉତ୍ତର ହେଉଛି ନା । ଏହା ଥରେ କରିହେବ । କିନ୍ତୁ ଯଦି ବ୍ୟାଟ୍ ବାରମ୍ବାର ଅବୈଧ ଭାବରେ ଧରାପଡେ ତେବେ ଆଇପିଏଲ ଆଚରଣ ସଂହିତା ଅନୁସାରେ ମ୍ୟାଚ୍ ଫିର ୫୦ ପ୍ରତିଶତ ପର୍ଯ୍ୟନ୍ତ କଟାଯିବ । ରନ୍ ପାଇଁ କୌଣସି ଦଣ୍ଡ ନାହିଁ କିମ୍ବା ମ୍ୟାଚରୁ ବାସନ୍ଦ ମଧ୍ୟ ହେବେ ନାହିଁ । ଏହି ମ୍ୟାଚରେ ପଞ୍ଜାବ ବିପକ୍ଷରେ ରାହୁଲ ଅପରାଜିତ ୧୦ ବଲରେ ୧୧ ରନର ଇନିଂସ ଖେଳିଥିଲେ ।