PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଏକ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଙ୍କା ଗୁଳି ଚାଳନା କରି ୧୦ ଅଟକ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

ୱୟନାଡ ଆସନରୁ ଲଢ଼ିବେ ରାହୁଲ !

source:http://totaltv.in

ତିରୁଅନନ୍ତପୁରମ,୨୩ ।୩(ଏଜେନ୍ସି): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ଆମେଥି ବ୍ୟତୀତ କେରଳର ୱୟନାଡ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି । କେରଳର ବରିଷ୍ଠ କଂଗ୍ରେସ ନେତା ତଥା ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଓମେନ ଚାଣ୍ଡି ଓ ବିରୋଧୀ ଦଳ ନେତା ରମେଶ ଚେନ୍ନିଥଳା ଏହି ଆସନରୁ ନିର୍ବାଚନ ଲଢ଼ିବାକୁ ରାହୁଲଙ୍କୁ ଅନୁରୋଧ କରିଛନ୍ତି । କୋଟାୟାମ ଠାରେ ସାମ୍ବାଦକିଙ୍କୁ ସୂଚନା ଦେଇ ଚେନ୍ନଥିଳା କହଛିନ୍ତି ଯେ ଚଳିତମାସ ପ୍ରାରମ୍ଭରେ ରାହୁଲ କେରଳ ଗସ୍ତରେ ଆସିଥିଲା ବେଳେ ସେ ଏ ବିଷୟରେ ତାଙ୍କୁ ଜଣାଇଥିଲେ । ଆଜି ମଧ୍ୟ ସେମାନେ ରାହୁଲଙ୍କୁ ଅନୁରୋଧ କରିଛନ୍ତି ଏବଂ ଏ ବିଷୟରେ ୱୟନାଡ ଜିଲ୍ଲା କଂଗ୍ରେସ କମିଟିକୁ ମଧ୍ୟ ଜଣାଇ ଦିଆଯାଇଛି । ଜିଲ୍ଲା କଂଗ୍ରେସ ମଧ୍ୟ ଏଥିରେ ବେଶ୍‌ ଖୁସିଥିବା ସେ କହିଛନ୍ତି ।

ଅପରପକ୍ଷରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା କହିଛନ୍ତି ଯେ ରାହୁଲ ବାରମ୍ବାର କହି ଆସିଛନ୍ତି କି ଆମେଥି ହେଉଛି ତାଙ୍କର କର୍ମଭୂମି ଏବଂ ସେ ଏହିଠାରେ ହିଁ ରହିବେ । କେରଳର କଂଗ୍ରେସ ନେତା ଓ କର୍ମୀମାନେ ରାହୁଲଙ୍କୁ ୱୟନାଡରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛନ୍ତି । ସେମାନଙ୍କ ଭଲ ପାଇବା ଓ ଶ୍ରଦ୍ଧାକୁ ଆମେ ସମ୍ମାନ ଦେଉଛୁ । ହେଲେ ସେଠାରୁ ନିର୍ବାଚନ ଲଢ଼ିବେ କି ନଲଢ଼ିବେ ସେ ନିଷ୍ପତ୍ତି ରାହୁଲ ନିଜେ ନେବେ । ୱୟନାଡ ହେଉଛି କଂଗ୍ରେସ ପାଇଁ ସବୁଠାରୁ ସୁରକ୍ଷିତ ଆସନ । କେରଳ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଏମ୍‌.ଆଇ ସନଭାସ ଏହି ଆସନରୁ ପ୍ରତିନିଧିତ୍ୱ କରୁଥିଲେ । ୨୦୦୯ ଓ ୨୦୧୪ ଲଗାତାର ଦୁଇଥର ଭାବେ ସେ ଏହି ଆସନରୁ ନିର୍ବାଚିତ ହୋଇ ଆସିଥିଲେ । ଗତବର୍ଷ ତାଙ୍କର ଅକାଳ ବିୟୋଗ ପରେ ଏହି ଆସନ ଏବେ ଖାଲିପଡିଛି । ଦକ୍ଷିଣ ଭାରତରେ କଂଗ୍ରେସର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ରାହୁଲଙ୍କୁ ଏଠାରୁ ପ୍ରାର୍ଥୀ କରିବାକୁ କିଛି କଂଗ୍ରେସ ନେତା ଚାହୁଁଛନ୍ତି । ଅପରପକ୍ଷରେ କଂଗ୍ରେସର ପାରମ୍ପରିକ ଗଡ ଭାବେ ପରିଚିତ ଆମେଥିରେ ଏଥର କଡା ଟକ୍କର ଦେଖିବାକୁ ମିଳିବ ।

ସମ୍ବନ୍ଧିତ ଖବର