PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିବେନି ରାହୁଲ! ଜେଲ ଗଲେ କର୍ଣ୍ଣାଟକ ନିର୍ବାଚନ ଉପରେ ପଡ଼ିପାରେ ପ୍ରଭାବ  

ନୂଆଦିଲ୍ଲୀ: ଗତ ୨୩ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ ସୁରଟ କୋର୍ଟ। ହେଲେ ରାହୁଲଙ୍କୁ ତୁରନ୍ତ ଜାମିନ ମିଳିଯାଇଥିଲା ଏବଂ ଉପର କୋର୍ଟରେ ଅପିଲ କରିବା ପାଇଁ ଗୋଟିଏ ମାସ ସମୟ ଦିଆଯାଇଥିଲା। ଏହାପରେ ୨୪ ମାର୍ଚ୍ଚରେ ତାଙ୍କର ଲୋକସଭା ସଭ୍ୟ ପଦ ରଦ୍ଦ କରାଯାଇଥିଲା। ବର୍ତ୍ତମାନ ରାହୁଲ ସେସନ କୋର୍ଟ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ। ହେଲେ ବର୍ତ୍ତମାନ ଯାଏ ରହୁଲ ଗାନ୍ଧୀ ଓ କଂଗ୍ରେସ ପକ୍ଷରୁ କୌଣସି ଅପିଲ କରାଯାଇ ନାହିଁ। ଏମିତି କି ଅପିଲ କରାଯିବା ନେଇ ମଧ୍ୟ କଂଗ୍ରେସ ତତ୍ପର ଥିବା ଦେଖାଯାଉ ନାହିଁ। ଅନ୍ୟପଟେ ରାହୁଲ ଗାନ୍ଧୀ ଅପିଲ ନ କରିବା ପଛର ଖେଳକୁ ବୁଝିପାରିଛି ବିଜେପି। ଏଥିପାଇଁ ଗତକାଲି ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ କାହିଁକି ରାହୁଲ ଉପର କୋର୍ଟରେ ଅପିଲ କରୁନାହାନ୍ତି। ତାଙ୍କର ଏହା କେମିତିକା ଅହଙ୍କାର।    

ତେବେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏହି ରାୟ ଗୁଜରାଟୀ ଭାଷାରେ ଲେଖାଯାଇଛି, ୧୬୦ ପୃଷ୍ଠାର ରାୟ ଥିବାରୁ ଏହାକୁ ଅନୁବାଦ କରିବାକୁ ପଡିବ। ହେଲେ ଏବେ ପ୍ରଶ୍ନ ଉଠୁଛି ଯେ କ’ଣ ୮ ଦିନ ହୋଇଗଲାଣି ବର୍ତ୍ତମାନ ଯାଏ ଏହାକୁ ଅନୁବାଦ କରାଯାଇ ପାରୁନାହିଁ। ନା ଏହା ପଛରେ ଆଉ କ’ଣ ଉଦ୍ଦେଶ୍ୟ ରହିଛି? ଏକ ନୂଆ ରଣନୀତି କରୁଛି କି କଂଗ୍ରେସ? କିଛି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ କଂଗ୍ରେସ ଏବେ ଭିକ୍ଟିମ କାର୍ଡ ଖେଳୁଛି। କୁହାଯାଉଛି ଯେ କଂଗ୍ରେସ ଏବେ ଅପିଲ କରିବ କି ନାହିଁ ଏହା ଉପରେ ଚିନ୍ତା କରୁଛି। ଆଗକୁ କର୍ଣ୍ଣାଟକ ନିର୍ବାଚନ ରହିଛି। ଏଭଳି ସ୍ଥିତିରେ ରାହୁଲଙ୍କ ସଭ୍ୟ ପଦ ରଦ୍ଦ ହେବା ଏହାସହ ତୁରନ୍ତ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ କୁହାଯିବା ଭିତରେ କଂଗ୍ରେସ ରାଜନୈତିକ ଫାଇଦା ନେବାକୁ ପ୍ରୟାସ କରୁଛି। କଂଗ୍ରେସ ସାଧାରଣ ଲୋକଙ୍କ ଆଗରେ ଏକ ସନ୍ଦେସ ଦେବାକୁ ଚାହୁଁଛି ଯେ ଦେଖନ୍ତୁ, ଏହି ସାମାନ୍ୟ ମାନହାନି ମାମଲାରେ କିପର ରାହୁଲଙ୍କୁ ଦୁଇ ବର୍ଷ ଜେଲ ହେବା ସହ ଲୋକସଭାରେ ସଦସ୍ୟ ପଦ ରଦ୍ଦ କରାଯାଉଛି, ଏମିତିକି ତାଙ୍କୁ ସରକାରୀ ବାସଭବନ ମଧ୍ୟ ଖାଲି କରିବାକୁ କୁହାଯାଉଛି।   

ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ଯେ ତ୍ୟାଗର କଥା କହି ରାହୁଲ ଏହି ୩୦ ଦିନ ସମୟ ଭିତରେ କୌଣସି ଅପିଲ ନକରିପାନ୍ତି। ଏହା ଦ୍ୱାରା ସେ ଜେଲ ମଧ୍ୟ ଯାଇପାରନ୍ତି। ଫଳରେ ଜାତୀୟ ରାଜନୀତିରେ ଏକ ଭିନ୍ନ ବାର୍ତ୍ତା ଯିବା ସହ ରାହୁଲଙ୍କ ସମର୍ଥ ମଧ୍ୟ ବଢ଼ିବ ବୋଲି କଂଗ୍ରେସ ଭାବୁଛି। ରାହୁଲ କିଛି ଦିନ ଜେଲରେ ରହିବା ପରେ ପୁଣି ଉପର କୋର୍ଟରେ ଅପିଲ କରିପାରିବେ ଏବଂ ଜାମିନରେ ମଧ୍ୟ ଆସିପାରିବେ। ସେତେବେଳକୁ କର୍ଣ୍ଣାଟକ ନିର୍ବାଚନ ମଧ୍ଯ ଚାଲିଥିବ। ତେବେ କଂଗ୍ରେସର ଏପ୍ରକାର ଖେଳକୁ ବିଜେପି ଏବେ ବୁଝିପାରିଛି। ଏଥିପାଇଁ ବିଜେପିର ଅନେକ ନେତା ରାହୁଲ ଉପର କୋର୍ଟରେ ଅପିଲ ନକରିବା ନେଇ ଆପତ୍ତି ଉଠାଉଛନ୍ତି।  

ପ୍ରଥମେ ବିରୋଧୀ ଅଲଗା ଅଲଗା ହୋଇଯାଇଥିଲେ। ଟିଏମସି ଓ ସମାଜବାଦୀ ପାର୍ଟି ଅଣ କଂଗ୍ରେସ ମେଣ୍ଟ କରିବା ନେଇ ଯୋଜନା ଆରମ୍ଭ କରିଥିଲେ। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କଂଗ୍ରେସ ଉପରେ ବର୍ଷୁଥିଲେ। ହେଲ ଏବେ ସବୁ ବିରୋଧୀ ଏକାଠି ହେବା ସହ ରାହୁଲଙ୍କୁ ସମର୍ଥନ କରୁଛନ୍ତି। ବିରୋଧୀଙ୍କ ଏକତାକୁ ନେଇ ଯେଉଁ ପ୍ରଶ୍ନ ଉଠୁଥିଲା ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି।