PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ସାରୋଇ ପାହାଡରେ ଚାଲିଥିବା ଦେଶୀ ମଦ ତିଆରି କାରଖାନାରେ ଚଢ଼ାଉ, ୨ ଗିରଫ

ଧର୍ମଶାଳା, ୩୦/୧୨ : ଯାଜପୁର ଜିଲ୍ଲା ସାରୋଇ ପାହାଡ଼ରେ ଦେଶୀ ମଦ ତିଆରି କାରଖାନାରେ ଅବକାରୀ ବିଭାଗର ଚଢାଉ। ବିପୁଳ ପରିମାଣର ରନ୍ଧା ଦେଶୀ ମଦ ଜବତ। ଏହି ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ।

ସୂଚନାନୁଯାୟୀ, ସାରୋଇ ପାହାଡ଼ର ନିଛାଟିଆ ଜାଗାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଦୀର୍ଘ ଦିନ ହେଲା ଦେଶୀ ମଦ ତିଆରି କରି ବେଆଇନ ଭାବେ ବିକ୍ରୟ କରୁଥିଲେ। ଏସମ୍ପର୍କରେ ସୁରାକ ପାଇ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳୁ ସେଠାରେ ଚଢାଉ କରାଯାଇଥିଲା। ମଦ ତିଆରି ଚାଲିଥିବା ବେଳେ ଅବକାରୀ ବିଭାଗର କର୍ମଚାରୀମାନେ ଚଢାଉ କରିଥିଲେ। ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ସାରୋଇ ଗ୍ରାମର ମାଧବାନନ୍ଦ ଦାସ ଓ ତାର ଜଣେ ସହଯୋଗୀକୁ ଅବକାରୀ ବିଭାଗ ଗିରଫ କରିବା ସହ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ କରିଥିଲା। ଏଥିସହ ବିପୁଳ ପରିମାଣର ମଦ ପୋଚ ନଷ୍ଟ କରିବା ସହ ମଦ ତିଆରି ପାଇଁ ଆନୁସାଙ୍ଗିକ ସାମଗ୍ରୀ ଡେକଚି, ପ୍ଲାଷ୍ଟିକ ଜାର ଆଦି ସାମଗ୍ରୀ ଜବତ କରିଥିଲା। ତେବେ ଧର୍ମଶାଳା ଥାନା ଅଞ୍ଚଳରେ ପ୍ରଥମ କରି ଏତେ ବଡ଼ ଧରଣର ଦେଶୀ ରନ୍ଧା ମଦ ତିଆରି କାରଖାନା ଠାବ କରାଯାଇଛି।

ସମ୍ବନ୍ଧିତ ଖବର