ଅଫିମ ଚାଷ ଉପରେ ଅବକାରୀ ବିଭାଗ ଚଢାଉ, ଜଣେ ଗିରଫ ୨ ଅଟକ

ସମ୍ବଲପୁର, ୧୯/୦୩ : ଅଫିମ ଚାଷ ଉପରେ ବଡ଼ ଧରଣର ଚଢାଉ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଗୋପାଲପୁର ଜଙ୍ଗଲରେ ବେଆଇନ ଭାବେ ୨୦ ଡିସିମିଲରୁ ଉର୍ଦ୍ଧ୍ଵ ଜମିରେ ଅଫିମ ଚାଷ କରାଯାଇଛି। ସମ୍ବଲପୁର ଅବକାରୀ ବିଭାଗ ଖବର ପାଇ ଅଫିମ ଚାଷ ଉପରେ ଚଢାଉ କରି ଗଛକୁ ନଷ୍ଟ କରିଛି । ଏହି ଘଟଣାରେ ଜଣେ ଯୁବକ ଗିରଫ ହୋଇଥିବା ବେଳେ ୨ ଜଣକୁ ଅଟକ ରଖିଛି ଅବକାରୀ ବିଭାଗ । ଏନେଇ ଅବକାରୀ ଅଧିକ୍ଷକ ଅଶୋକ ସେଠ ସୂଚନା ଦେଇଛନ୍ତି ।