ବେଆଇନ କରତକଳ ଉପରେ ଭିଜିଲାନ୍ସ ଏବଂ ବନବିଭାଗ ପକ୍ଷରୁ ଚଢାଉ, ୩୦ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଯନ୍ତ୍ରପାତି ଓ କାଠ ଜବତ

ସୋର, ୨୫/୦୧ : ବେଆଇନ କରତକଳ ଉପରେ ଭିଜିଲାନ୍ସ ଏବଂ ବନବିଭାଗ ପକ୍ଷରୁ ଚଢାଉ। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ଓ ବରୀରେ ଦୁଇଟି ବେଆଇନ କରତକଳ ଉପରେ ଭିଜିଲାନ୍ସ ଏବଂ ବନବିଭାଗ ରେଡ୍ କରିଛି। ୩୦ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଯନ୍ତ୍ରପାତି ଓ କାଠ ଜବତ ହୋଇଛି।
ସୂଚନା ଅନୁଯାୟୀ, ବାଲେଶ୍ଵର ଡିଏଫଓ ବିମଲ ପ୍ରସନ୍ନ ଆଚାର୍ଯ୍ୟ, ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଏ.ସି.ଏଫ ତପନ କୁମାର ପରିଡ଼ା, ଡେପୁଟି କଲେକ୍ଟର ସ୍ମୃତି ରଞ୍ଜନ ମଲ୍ଲିକ, ଚାନ୍ଦିପୁର ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା, ଔପଦା ରେଞ୍ଜର ବବିତା ସୋରେନ, ଭିଜିଲାନ୍ସ କର୍ମଚାରୀଙ୍କ ଉପସ୍ଥିତିରେ ଦୁଇଟି ବେଆଇନ କରତକଳ ଉପରେ ଚଢ଼ାଉ କରାଯାଇଛି। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ଓ ବରୀରେ ଦୁଇଟି ବେଆଇନ କରତକଳ ଉପରେ ରେଡ୍ ହୋଇଛି। ରେଡ୍ ବେଳେ ୩୦ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଯନ୍ତ୍ରପାତି ଓ କାଠ ଜବତ ହୋଇଛି।